ଭୁବନେଶ୍ୱର, ୧୩।୧୨(ଓଡ଼ିଆ ନ୍ୟୁଜ):କନ୍ଧମାଳର ଫୁଲବାଣୀ ସହରରେ ଖୁବ୍ଶୀଘ୍ର କିସ୍ର ଏକ ଶାଖା ଖୋଲିବାକୁ ଯାଉଛି। ଭାରତର ଲୋକପ୍ରିୟ ମସଲା ଉତ୍ପାଦନକାରୀ କମ୍ପାନୀ ଏମ୍ଡିଏଚ୍ ଓ କିସ୍ ସହଯୋଗରେ ଏହି ନୂତନ ଶାଖା ଖୋଲାଯିବ। ଗୁରୁବାର ଏନେଇ ନୂଆଦିଲ୍ଲୀରେ କିସ୍ ଓ ଏମ୍ଡିଏଚ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କିସ୍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଥିବାବେଳେ ଏମ୍ଡିଏଚ୍ ମସଲା ପକ୍ଷରୁ ଏହାର ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧର୍ମପାଳ ଗୁଲାଟୀ ଏଥିରେ ସ୍ବାକ୍ଷର କରିଥିଲେ। ବୁଝାମଣା ଅନୁସାରେ, କନ୍ଧମାଳ-କିସ୍ ପାଇଁ ଏମ୍ଡିଏଚ୍ ପକ୍ଷରୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅଚ୍ୟୁତ ସାମନ୍ତ ଏନେଇ ପୂର୍ବରୁ ଗୁଲାଟୀଙ୍କୁ ଅନୁରୋଧ କରିଥିଲେ। ସାମନ୍ତଙ୍କ ଅନୁରୋଧ କ୍ରମେ ଗୁଲାଟୀ ଏଥିରେ ସମ୍ମତି ପ୍ରକାଶ କରିବା ପରେ ଗୁରୁବାର ନୂଆଦିଲ୍ଲୀସ୍ଥିତ ଏମ୍ଡିଏଚ୍ କାର୍ଯ୍ୟାଳୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।
ଏହି ଅବସରରେ ଅଚ୍ୟୁତ ଗୁଲାଟୀଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି, କନ୍ଧମାଳ-କିସ୍ରେ ଜିଲାର ୩ରୁ ୪ହଜାର ଗରିବ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟବସ୍ଥା କରାଯିବ। ଏନେଇ ଜମି କ୍ରୟ ସରିଛି। ଏକବର୍ଷ ମଧ୍ୟରେ ଗୃହ ନିର୍ମାଣ ସରିବା ପରେ ଛାତ୍ରୀଛାତ୍ରଙ୍କୁ ନିଆଯିବ। ଏହାସହ ଏମ୍ଡିଏଚ୍ ପକ୍ଷରୁ ଏଠାରେ ଶହେ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ୍ ମଧ୍ୟ ଖୋଲାଯିବ। ଜିଲାରେ ଶିକ୍ଷା ଓ ସ୍ବାସ୍ଥ୍ୟର କିପରି ବିକାଶ ହୋଇପାରିବ ସେ ଦିଗରେ ବ୍ୟକ୍ତିଗତ ଭାବେ ମୁଁ ମଧ୍ୟ ଚେଷ୍ଟା କରୁଛି ବୋଲି ସାମନ୍ତ କହିଛନ୍ତି। ସାମନ୍ତଙ୍କ ଅନୁରୋଧରେ ସନ୍ତୋଷ ବ୍ୟକ୍ତ କରି କନ୍ଧମାଳର ୩ଟି ସ୍ଥାନରେ ଏମ୍ଡିଏଚ୍ ମସଲାର ୩ଗୋଟି ୟୁନିଟ୍ ଖୋଲିବା ସହ ସ୍କୁଲ ଓ ଡାକ୍ତରଖାନା ପ୍ରତିଷ୍ଠା ନେଇ ଗୁଲାଟୀ ସମ୍ମତି ଜଣାଇଥିଲେ। ଏହାବ୍ୟତୀତ ଦାରିଙ୍ଗବାଡ଼ିରେ ୧୦୦ କୋଠରି ବିଶିଷ୍ଟ ଏକ ହୋଟେଲ ତଥା ରିସର୍ଟ ଖୋଲିବା ପାଇଁ ଏମ୍ଡିଏଚ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା କନ୍ଧମାଳ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟିପାରିବ ବୋଲି ସାମନ୍ତ କହିଛନ୍ତି। ଏନେଇ ଏମ୍ଡିଏଚ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି। ଏହି ଅବସରରେ ଗୁଲାଟୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଦେଶରେ ବିଶେଷକରି ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଯେତେ ଅଧିକରୁ ଅଧିକ କାର୍ଯ୍ୟ କରାଯାଇପାରେ ତାହା କରାଯିବା ଉଚିତ। ଏହା ପୂର୍ବରୁ ସେ ଭାରତର ବିଭିନ୍ନ ସ୍ଥାନରେ ସ୍କୁଲ ପ୍ରତିଷ୍ଠା କରି ଶିକ୍ଷାର ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ଓଡ଼ିଶାରେ କିସ୍ ସହ ମିଶି ଶିକ୍ଷାର ବିକାଶ କରିବାର ସୁଯୋଗ ମିଳିଥିବାରୁ ଏହା ଆଉ ଏକ ଅଧ୍ୟାୟ ଯୋଡ଼ି ହେଲା ବୋଲି ଗୁଲାଟୀ କହିଛନ୍ତି। ଏମ୍ଡିଏଚ୍ କମ୍ପାନୀର ଆର୍ଥିକ ପରାମର୍ଶଦାତା ବିନୋଦ କୁମାର ବିନ୍ଦଲ ଓ ଗୁଲାଟୀଙ୍କ କନ୍ୟା ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର ସମୟରେ ଉପସ୍ଥିତ ଥିଲେ।
Breaking
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନାନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା