ଭୁବନେଶ୍ୱର, ୩୦।୧୧(ଓଡ଼ିଆ ନ୍ୟୁଜ): କିଟ୍-କିସ୍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ଏନ୍ଜିଏମ୍ଏ) ମଧ୍ୟରେ ନୂଆଦିଲ୍ଲୀଠାରେ ସୋମବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ରାଜ୍ୟସଭା ସଦସ୍ୟ ତଥା ଶିକ୍ଷା, ମହିଳା, ଶିଶୁ ଏବଂ ଯୁବ ଓ କ୍ରୀଡ଼ା ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଡ. ବିନୟ ସହସ୍ରବୁଦ୍ଧେ, ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦର ମହାନିର୍ଦ୍ଦେଶକ ଦୀନେଶ କୁମାର ପଟ୍ଟନାୟକ ଓ କିସ୍ ପରାମର୍ଶଦାତା ଡ. ସୁରଜ କୁମାରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ରରେ କିଟ୍-କିସ୍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଏନ୍ଜିଏମ୍ଏ ପକ୍ଷରୁ ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକ ସ୍ବାକ୍ଷର କରିଥିଲେ। ଏହି ଅବସରରେ ସାମନ୍ତ କହିଲେ, କିଟ୍-କିସ୍ ଇତିହାସରେ ଏଭଳି ବୁଝାମଣା ପ୍ରଥମ। ଆଜିର କଳ୍ପନା ଆସନ୍ତା କାଲିର ଉଦ୍ଭାବନ। କଳା ହେଉଛି ଏକ କଳ୍ପନା ଯାହା ପ୍ରେରଣା ଦ୍ୱାରା ବାସ୍ତବରେ ପରିଣତ ହୋଇଥାଏ ବୋଲି ସାମନ୍ତ କହିଥିଲେ। ଏହି ବୁଝାମଣା ପତ୍ର ଅନୁସାରେ କିଟ୍-କିସ୍ ଓ ଏନ୍ଜିିଏମ୍ଏ ମିଳିତ ଭାବେ ଜନଜାତି କଳା, ସଂସ୍କୃତି, ହସ୍ତକଳା ଆଦିର ସୁରକ୍ଷା, ସଂରକ୍ଷଣ ଓ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବେ। ଏଥିପାଇଁ ଉଭୟ ଅନୁଷ୍ଠାନ ମିଳିତ ଭାବେ ଗବେଷଣା, ଅଭିଲେଖ ପ୍ରସ୍ତୁତି, ସମସାମୟିକ ଜନଜାତି କଳାର ପ୍ରଦର୍ଶନୀ, ଆଲୋଚନାଚକ୍ର, ସମ୍ମିଳନୀ ଆଦି ଆୟୋଜନ କରିବେ। ଏହି ବୁଝାମଣା ହେଉଛି ଯୁବ ଜନଜାତି କଳାକାରଙ୍କ ମଧ୍ୟରେ ଜନଜାତି କଳା, ହସ୍ତକଳା ଓ ପରମ୍ପରାକୁ ପୁନର୍ଜୀବିତ କରିବା ଦିଗରେ ଏକ ପ୍ରୟାସ। ଏହା ଛଡ଼ା ଉଭୟ ଅନୁଷ୍ଠାନ ଲୁପ୍ତ ଜନଜାତି-ସଙ୍ଗୀତ, ନୃତ୍ୟ, ନାଟକ, ସାହିତ୍ୟ, ଲଳିତ କଳା ଆଦିକୁ ପ୍ରୋତ୍ସାହନ, ପ୍ରସାର ଓ ପ୍ରଚାର କରିବେ। ଜନଜାତି କଳା ଇତିହାସ କ୍ଷେତ୍ରରେ ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ କିଟ୍-କିସ୍କୁ ଏନ୍ଜିଏମ୍ଏ ସମସ୍ତ ବୈଷୟିକ ସହାୟତା ଯୋଗାଇ ଦେବ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
