banner
Breaking

୧୨ ଏମ୍ ପି ନିଲମ୍ବିତ

0

ନୂଆଦିଲ୍ଲୀ,୨୯ ।୧୧: ସୋମବାର ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ବିରୋଧୀ ଦଳଙ୍କୁ ଝଟକା ଲାଗିଛି । ସୋମବାର ରାଜ୍ୟ ସଭାର ୧୨ ଏମ୍‌ପି ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ୧୨ ଜଣଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ, ଶିବସେନା, ଟିଏମ୍‌ସି, ସିପିଆଇ ଓ ସିପିଏମ୍‌ର ଏମ୍‌ପି । ନିଲମ୍ବିତ ଏମ୍‌ପିଙ୍କ ମଧ୍ୟରେ ରହିଛନ୍ତି ଏଲାମାରାମ କରିମ(ସିପିଏମ୍‌), ଫୁଲୋ ଦେବୀ ନେତମ, ଛାୟା ବର୍ମା, ଆର୍ ବୋରା, ରାଜମଣି ପଟେଲ, ସୈୟଦ ନାସିର ହୁସେନ, ଅଖିଳେଶ ପ୍ରସାଦ ସିଂ(କଂଗ୍ରେସ), ବିନୟ ବିଶ୍ୱମ(ସିପିଆଇ), ଡୋଲା ସେନ ଓ ଶାନ୍ତା ଛେତ୍ରୀ(ଟିଏମ୍‌ସି), ପ୍ରିୟଙ୍କା ଚତୁର୍ବେଦୀ ଓ ଅନିଲ ଦେଶାଇ(ଶିବସେନା) ସାମିଲ ଅଛନ୍ତି ।
ଏହି ଏମ୍‌ପିମାନେ ଗତ ଶୀତକାଳିନ ଅଧିବେଶନରେ ହଙ୍ଗାମା କରିଥିବାରୁ ନିଲମ୍ବିତ ହୋଇଛନ୍ତି । ଏହି ସୂଚନା ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରାଜ୍ୟ ସଭାରେ ଦେଇଛନ୍ତି । ରାଜ୍ୟ ସଭାରୁ ନିଲମ୍ବିତ ହୋଇଥିବା ଶିବସେନାର ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଆମର ମତ ନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.