ମାଗଣା ଆଇଏଏସ କୋଚିଂ ଦେବେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଆଇଏଏସ କୋଚିଂ ଦେବେ। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏହି କୋଚିଂ ଦେବ। ଏହାପୂର୍ବରୁ ମାଗଣା କୋଚିଂ ନେବାକୁ ଏକ ପରୀକ୍ଷା କରିବେ ରାଜ୍ୟ ସରକାର। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ମୋଟ୍ ୨୦୦ ଜଣଙ୍କୁ ଭାରତୀୟ ପ୍ରଶାସନିକ ସେବା ବା ୟୁପିଏସ୍ସି ପରୀକ୍ଷା ପାଇଁ କୋଚିଂ ଦିଆଯିବ।
ଆବେଦନ ତାରିଖ ଫେବୃଆରୀ ୧୮ ଠାରୁ ଆରମ୍ଭ ହୋଇଛି । ମାର୍ଚ୍ଚ ୪ ତାରିଖ ଆବେଦନର ଶେଷ ତାରିଖ ରହିଛି। ମାର୍ଚ୍ଚ ୧୬ରୁ ଆଡମିଟ କାର୍ଡ ଡାଉନଲୋଡ କରିହେବ। ମାର୍ଚ୍ଚ ୨୬ ରହିଛି ପରୀକ୍ଷା ତାରିଖ। ପରୀକ୍ଷା ଫର୍ମ ୧୦୦ ଟଙ୍କା ଦେଇ ଅନ୍ ଲାଇନ୍ ପୂରଣ କରିହେବ। https://dhe.odisha.gov.in/ ଏବଂ https://www.samsodisha.gov.in/ରେ କ୍ଲିକ୍ କରି ଇଚ୍ଛୁକ ପ୍ରାର୍ଥୀ ମାଗଣା ଆଇଏଏସ କୋଚିଂ ପାଇଁ ଫର୍ମ ପୂରଣ କରିପାରିବେ।
ଆଇଏଏସ, ଆଇପିଏସ କିମ୍ବା ଆଇଆରଏସ ହେବାକୁ ହେଲେ ୟୁପିଏସସି ପରୀକ୍ଷା ଦ୍ୱାରା ଆୟୋଜିତ ହେଉଥିବା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାକୁ ହେବ। ଏହି ପରୀକ୍ଷା ଦେବାକୁ ଚାହୁଁଥିବା ପରୀକ୍ଷାର୍ଥୀଙ୍କୁ ମାଗଣାରେ ଏବେ କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ହେଲେ ୨୦୦ ଆଶାୟୀଙ୍କୁ ମାଗଣା ପଢାଇବା ନେଇ ବ୍ୟବସ୍ଥା ରହିଛି।
ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ରାଜ୍ୟ ଭିତରେ ଥିବା କୌଣସି ଶିକ୍ଷାନୁଷ୍ଠାନରୁ କେବଳ ଓଡ଼ିଆ ଛାତ୍ରଛାତ୍ରୀ ଏହି ମାଗଣା କୋଚିଂ ସୁବିଧା ପାଇପାରିବେ।
ତେବେ ଯେଉଁମାନେ ୟୁପିଏସସି ପରୀକ୍ଷାରେ ପ୍ରିଲିମ୍ସ ପାସ୍ କରିଥିଲେ ସେମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ ଏବଂ କୋଚିଂ ପାଇଁ ସିଧାସଳଖ ଆଡମିଶନ୍ ମିଳିପାରିବ। ତେବେ ଗତବର୍ଷ କେବଳ ସେହି ଛାତ୍ରଛାତ୍ରୀମାନେ ଯୋଗ୍ୟ ବିବେଚିତ ହୋଇଥିଲେ, ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ ନ ଥିଲା। ପୂର୍ବରୁ ରାଜ୍ୟ ସରକାର ଦୁଇ ଥର ଏଭଳି କୋଚିଂ ବ୍ୟବସ୍ଥା ଆରମ୍ଭ କରିଥିଲେ। କିନ୍ତୁ ଏହା ସଫଳ ହୋଇନଥିଲା।

**mitolyn official**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.