banner
Breaking

ଏହି ହୋଲିରେ ଅମ୍ଲତାର ଉପଚାର: ଘରୋଇ ଉପଚାର ଏକମାତ୍ର ସମାଧାନ : ଡା ମନୋଜ କୁମାର ସାହୁ

1

ଋଙ୍ଗର ପର୍ବ, ହୋଲି ପାଖେଇ ଆସିଲାଣି – ପରିବାର ଏବଂ ସାଙ୍ଗମାନଙ୍କ ସହିତ ଉତ୍ସବ ପାଳନ ପାଇଁ ଏକ ସମୟ, ଏବଂ ଛଣାଛଣି ଏବଂ ମିଠା ଖାଦ୍ୟ (ଗୁଜିଆ ପରି ମିଠା ସହିତ) ଏବଂ ପାନୀୟର ମଜା ନେବା । କିନ୍ତୁ ଏହି ସମୟରେ ବିଶେଷ ପ୍ରଲୋଭନ ଦେଖାଉଥିବା ଖାଦ୍ୟରେ ଅତ୍ୟଧିକ ମାତ୍ରାରେ ବୁଡିଯିବା ଆପଣଙ୍କ ହଜମ ପ୍ରକ୍ରିୟା ପାଇଁ ଭାରୀ ହୋଇପାରେ ।

ଅଳ୍ପ ସମୟ ମଧ୍ୟରେ ଅତ୍ୟଧିକ ଖାଇବା କିମ୍ବା ଅତ୍ୟଧିକ ଛଣାଛଣି ଖାଦ୍ୟ କିମ୍ବା ମିଠା ଖାଇବା ଦ୍ୱାରା ପେଟର ଅମ୍ଳତା ପରି ବଦହଜମି ସମସ୍ୟା ଦେଖାଦେଇଥାଏ । ପେଟରେ ଅତ୍ୟଧିକ ଅମ୍ଲ ଉତ୍ପନ୍ନ ହେଲେ ଏବଂ ଇଶୋଫେଗଶ କୁହାଯାଉଥିବା ଆପଣଙ୍କର “ଖାଦ୍ୟନଳୀ”ରେ ସେହି ଅମ୍ଳର ଉପରକୁ ଉଠିବାକୁ ଅମ୍ଳର ଓଲଟା ପ୍ରବାହ କୁହାଯାଏ ।

ଏହା ଛାତି ପୋଡିବାର କାରଣ ହୋଇପାରେ – ଆପଣଙ୍କ ଛାତିରେ ଏକ ସ୍ୱାଭାବିକ ଜ୍ୱଳନ ଅନୁଭବ – ଏହା ସହିତ ଆପଣଙ୍କ ଗଳାର ପଛ ଭାଗରେ ଏକ ଖଟା ସ୍ୱାଦ । ବଦହଜମି, ଓଟାର ଆସିବା ଏବଂ କୋଷ୍ଠକାଠିନ୍ୟ ମଧ୍ୟ ଅମ୍ଲର ଓଲଟା ପ୍ରବାହର ଅନ୍ୟ ସାଧାରଣ ଲକ୍ଷଣ ।

ଡା. ମନୋଜ କୁମାର ସାହୁ, ବରିଷ୍ଠ ପରାମର୍ଶଦାତା, ଗେଷ୍ଟ୍ରୋଏରୋଲୋଜିଷ୍ଟ ହେପେଟୋଲୋଜିଷ୍ଟ, ଅପୋଲୋ ହସ୍ପିଟାଲ, ଭୁବନେଶ୍ୱରର କହିଥିଲେ, “୩୦% ଭଳି ବଡ ପରିମାଣର ଭାରତୀୟ ବାରମ୍ବାର ଛାତି ପୋଡିବା, ପେଟ ଫୁଲିବା ଏବଂ ଓଟାର ଆସିବାର ଲକ୍ଷଣ ଅନୁଭବ କରିଥାନ୍ତି । ଏହା ସାଧାରଣତଃ ଅମ୍ଲର ଓଲଟା ପ୍ରବାହ କିମ୍ବା ଜଠର ଖାଦ୍ୟ-ନଳୀରେ ଓଲଟା ପ୍ରବାହ ରୋଗର ଲକ୍ଷଣ ଯାହା ଏଋଜଊ ଭାବରେ ଜଣାଶୁଣା, ଏହା ସାଂଘାତିକ ଅସୁବିଧା ସୃଷ୍ଟି କରିପାରେ । ଖୁସିର କଥା, ଜୀବନଶୈଳୀ ଏବଂ ଆହାରୀୟ ପରିବର୍ତନ ଔଷଧ ସମେତ ଅନେକ ସମାଧାନ ତତ୍କାଳ କିମ୍ବା ଦୀର୍ଘସ୍ଥାୟୀ ଆରାମ ପ୍ରଦାନ କରିଥାଏ ।”

ଆବଟ ଇଣ୍ଡିଆର ମେଡିକାଲ ବ୍ୟାପାର ନିର୍ଦ୍ଦେଶକ ଡା. ଜୋଜୋ କରଣ କୁମାର କହିଥିଲେ, “ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଏବଂ ଜୀବନଶୈଳୀ ଅଭ୍ୟାସ ହେତୁ ଭାରତରେ ବହୁ ସଂଖ୍ୟାରେ ଲୋକ ପେଟରେ ଅମ୍ଳତା ଅନୁଭବ କରୁଛନ୍ତି । ସନ୍ତୁଳିତ ଆହାର ଗ୍ରହଣ କରି ଏହି ଅମ୍ଳତା ଅବସ୍ଥାରେ ଉନ୍ନତି ଅଣାଯାଇପାରିବ । ଏହା ଛଡା ତୁରନ୍ତ ଥଣ୍ଡା କରିବା ଏାସିଡ ମଧ୍ୟ ଦ୍ରୁତ ଏବଂ ପ୍ରଭାବଶାଳୀ ଆରାମ ପାଇଁ ଏକ ବିକଳ୍ପ ହୋଇପାରିବ । ପେଟର ଅମ୍ଲତା ସହିତ ସମ୍ବନ୍ଧିତ ଅସ୍ୱସ୍ଥି ହ୍ରାସ ହେବା ଦ୍ୱାରା ଲୋକମାନେ ସେମାନଙ୍କର ଦିନର ବକଳା ସମୟ ଭଲରେ କାଟି ପାରିଥାନ୍ତି ଏବଂ ଏକ ସୁସ୍ଥ, ପୂର୍ଣ୍ଣଜୀବନର ଅଂଶ ଭାବରେ ସେମାନେ ଉପଭୋଗ କରୁଥିବା କାର୍ଯ୍ୟ କରିବା ଜାରି ରଖିପାରିଥାନ୍ତି ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.