banner
Breaking

ତୁଳସୀ ମୁଣ୍ଡାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

0

ଭୁବନେଶ୍ୱର : ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ ନେଇ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ଆର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ କହିଛନ୍ତି, ସମାଜର ମହିଳାଙ୍କ ସଫଳତାକୁ ସ୍ବୀକୃତି ଦେଇ ଅନ୍ୟମାନଙ୍କୁ ଆଗକୁ ବଢ଼ିବାକୁ ଏହି ପ୍ରୟାସ ପ୍ରେରଣା ଦେବ। ଅନ୍ୟତମ ଅତିଥି ଭାବେ ଅଭିନେତା ପ୍ରଶାନ୍ତ ନନ୍ଦ, ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଗୀତିକାର ଦେବଦାସ ଛୋଟରାୟ, ଓଡ଼ିଶୀ ଶିଳ୍ପୀ ଶାଶ୍ୱତ ଯୋଶୀ, ଡ. ଅମ୍ରିତା ପଟ୍ଟଯୋଶୀ, କବି ଫନୀ ମହାନ୍ତି, ବିଜୟଲକ୍ଷ୍ମୀ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିସହ ମୋଟ ୧୮ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମାଜିକ କ୍ଷେତ୍ରରେ ସ୍ନେହା ମିଶ୍ର, ସଙ୍ଗୀତରେ ସୁସ୍ମିତା ଦାସ, ଗଣମାଧ୍ୟମରେ ମୌନିକା ନୈୟାର ପଟ୍ଟନାୟକ, କଳା, ସଂସ୍କୃତି କ୍ଷେତ୍ରରେ ସୁହାଗ ନଳିନୀ ଦାସ ଓ ସରିତା ମିଶ୍ର, ଶିକ୍ଷାରେ ହେନା ମହାପାତ୍ର, ଚିକିତ୍ସା ବିଜ୍ଞାନରେ ସୁସ୍ମିତା ଦାସ, ଷ୍ଟାର୍ଟଅପରେ ଡ.ଲିତା ମହାପାତ୍ର, ସ୍ବତନ୍ତ୍ର ଟ୍ରେଣ୍ଡସେଟର ଭାବେ ପ୍ରିୟଦର୍ଶୀ ଦାସଙ୍କୁ ଆର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଉଦ୍ୟୋଗ କ୍ଷେତ୍ରରେ ସୁକୀର୍ତି ପଟ୍ଟନାୟକ ଓ ସୋନି ସାମଲ, ମନୋରଞ୍ଜନ ପାଇଁ ଏଲିନା ସାମନ୍ତରାୟ, ସମାଜକୁ ପ୍ରଭାବିତ କରୁଥିବା ବ୍ୟକ୍ତିତ୍ୱ ଭାବେ ସେଫ ସ୍ମୃତିଶ୍ରୀ ସିଂ, ସାହିତ୍ୟରେ ମୋନାଲିସା ସାହୁ ଓ ବନସ୍ମିତା ପତି, ପରିବେଶ କ୍ଷେତ୍ରରେ ମୋନାଲିସା ପଣ୍ଡା, କ୍ରୀଡ଼ା କ୍ଷେତ୍ରରେ ସୁମିତ୍ରା ନାୟକଙ୍କୁ ପୁରସ୍କୃତ କରାଯାଇଛି। ଡ. ସୁନୀତା ମହାନ୍ତି ପଟ୍ଟନାୟକ ଓ ଡ. ନମିତା ପଟ୍ଟନାୟକଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆମ ଗାଁ, ଆମ ପୋଷାକ ଥିମ୍‌ରେ ଶୋ’ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ପ୍ରଦର୍ଶିତ ହୋଇଥିଲା। ଶେଷରେ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟଶାଣୀ ଧନ୍ୟବାଦ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.