banner
Breaking

୧୦ ରୁ ମାଟ୍ରିକ ପରୀକ୍ଷା

1

କଟକ : ଆସନ୍ତା ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ହାଇସ୍କୁଲ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଏହାକୁ ନେଇ ଛାତ୍ରୀଛାତ୍ରମାନେ ତତ୍ପର ହୋଇପଡିଛନ୍ତି।
ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ସରିବ। ହେଲେ ଗଣିତ ବିଷୟରେ ଛାତ୍ରୀଛାତ୍ରଙ୍କୁ ଅତିରିକ୍ତ ୧୫ ମିନିଟ୍‌ ସମୟ ମିଳିବ। ପରୀକ୍ଷା ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ, ଅଲ୍‌ଟର୍‌ନେଟିଭ ଇଂଲିଶ, ୧୩ ତାରିଖରେ ଦ୍ୱିତୀୟ ଭାଷା ଇଂଲିଶ, ହିନ୍ଦୀ, ମୂକ ଓ ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା, ୧୪ରେ ତୃତୀୟ ଭାଷା ହିନ୍ଦୀ, ଓଡ଼ିଆ, ପାର୍ସୀ, ସଂସ୍କୃତ, ୧୬ରେ ସାଧାରଣ ବିଜ୍ଞାନ, ୧୮ରେ ସାମାଜିକ ବିଜ୍ଞାନ ଓ ୨୦ ତାରିଖରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ଭୋକେଶନାଲ ଟ୍ରେଡ୍‌ ପ୍ରାକ୍ଟିକାଲ ପରୀକ୍ଷା ନିଜ ସ୍କୁଲରେ ଆସନ୍ତା ୧୫ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଭୋକେଶନାଲ୍‌ ଟ୍ରେଡ୍‌ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଏମ୍‌ସିକ୍ୟୁ) ପ୍ରଶ୍ନ ରହିବ। ଏହାର ଉତ୍ତରକୁ ଓଏମ୍‌ଆର୍‌ ସିଟ୍‌ରେ ପୂରଣ କରାଯିବ। ଅବଶିଷ୍ଟ ୩୦ ନମ୍ବର ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଲେଖିବାକୁ ପଡ଼ିବ।
ସେହିପରି ମଧ୍ୟମା ପରୀକ୍ଷା ସୂଚୀ ଅନୁସାରେ, ମାର୍ଚ୍ଚ ୧୦ ତାରିଖରେ ପେପର-୪ (ଓଡ଼ିଆ), ୧୩ରେ ପେପର-୮ (ଇଂଲିଶ), ୧୪ରେ ପେପର-୨ (ସଂସ୍କୃତ ସାହିତ୍ୟମ୍‌), ୧୫ରେ ପେପର-୧ (ସଂସ୍କୃତ ବ୍ୟାକରଣ ଓ ଦର୍ଶନ), ୧୬ରେ ପେପର-୬ (ସାଧାରଣ ବିଜ୍ଞାନ), ୧୭ରେ ପେପର-୩(ପ୍ରୟୋଗାତ୍ମକ ସଂସ୍କୃତ), ୧୮ରେ ପେପର-୭(ସାମାଜିକ ବିଜ୍ଞାନ) ଓ ୨୦ ତାରିଖରେ ପେପର-୫ (ଗଣିତ) ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୂଚୀ ଅନୁସାରେ ମାର୍ଚ୍ଚ ୧୦ ତାରିଖରେ ଓଡ଼ିଆ, ତେଲୁଗୁ, ଉର୍ଦ୍ଦୁ, ହିନ୍ଦୀ, ୧୧ରେ ହୋମ୍‌ ସାଇନ୍ସ,୧୩ରେ ଇଂଲିଶ ,୧୪ରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ, ୧୫ରେ ହୋମ୍‌ ସାଇନ୍ସ ପ୍ରାକ୍ଟିକାଲ, ୧୬ରେ ବିଜ୍ଞାନ, ୧୭ରେ ଚିତ୍ରାଙ୍କନ ଥିଓରି, ୧୮ରେ ସାମାଜିକ ବିଜ୍ଞାନ, ୧୯ରେ ଚିତ୍ରାଙ୍କନ ପ୍ରାକ୍ଟିକାଲ ଓ ୨୦ରେ ଗଣିତ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ଜଣାପଡିଛି।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.