୧୦ ଜିଲାକୁ ଗଲା ଇଭିଏମ୍
ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲାସ୍ତରକୁ ଇଭିଏମ୍ ମେଶିନ ପଠା ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କ ଅଫିସରୁ ବୁଧବାର ୫ଟି ଜିଲାକୁ ଇଭିଏମ୍ ମେଶିନ ପଠା ଯାଇଥିଲା । ଗୁରୁବାର ୧୦ଟି ଜିଲାକୁ ପଠାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲାକୁ ଏହା ପଠାଯାଉଛି । ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାରଚାଲିଛି। ସଂରକ୍ଷଣ ତାଲିକା ଚିଠା ମଧ୍ୟ କରାଯାଉଛି ।