banner
Breaking

ଉଦୟନାଥ କଲେଜ ଏବଂ ଆଇଆଇଏମ୍‌ଟି ସହଯୋଗରେ ଆଲୋଚନା ଚକ୍ର

2

ଭୁବନେଶ୍ୱର : ଅଡ଼ଶପୁରସ୍ଥ ଉଦୟନାଥ ମହାବିଦ୍ୟାଳୟ ଏବଂ କଣ୍ଟାବାଡ଼ସ୍ଥ ଆଇଆଇଏମ୍‌ଟିର ମିଳିତ ସହଯୋଗରେ ବ୍ୟବସାୟିକ ବିଶ୍ଲେଷଣତା ଏବଂ କର୍ମ ନିଯୁକ୍ତି ଉପରେ ଏକ ଆଲୋଚନାଚକ୍ର ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇଆଇଏମ୍‌ଟିର ପ୍ରଫେସର ଡ଼କ୍ଟର ଶ୍ରୀକାନ୍ତ ପଟ୍ଟନାୟକ ଯୋଗ ଦେଇ କର୍ମ ବ୍ୟବସାୟିକ ବିଶ୍ଲେଷଣତା କ୍ଷେତ୍ରରେ କମ୍ପ୍ୟୁଟରର ଉପାଦେୟତା ଏକାନ୍ତ ଆବଶ୍ୟକ ଏବଂ ଏହାର ପ୍ରତିଯୋଗିତାରେ ଋଣ ଗ୍ରହୀତା, ବ୍ୟକ୍ତିର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶ୍ଲେଷଣତା, ବ୍ୟକ୍ତିର କ୍ରାଇମ୍ ରେକର୍ଡ଼ ଉପରେ ଅନୁଧ୍ୟାନ, ବିଭିନ୍ନ ଘଟଣା ଉପରେ ଡ଼ାଟାର ନିରକ୍ଷଣତା ଉପରେ ବିଶେଷ ଭାବରେ ତର୍ଜମା କରି ଛାତ୍ର ମାନେ ଡ଼ାଟା ସାଇନ୍ସ ଅଧ୍ୟୟନ କରିବା ବର୍ତ୍ତମାନ ସମୟରେ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଲକ୍ଷ୍ମୀଧର ସାହୁ ସମୟକୁ ତାଳ ଦେଇ ଏବଂ ସମୟର ଆବଶ୍ୟକତା ଉପରେ ଜୋର ଦେଇ ବ୍ୟବସାୟିକ ଶିକ୍ଷାକୁ କର୍ମ ନିଯୁକ୍ତି କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବାର କହିଥିଲେ । ଆଇଆଇଏମ୍‌ଟିର ପ୍ରଶାସନିକ ଏବଂ ଛାତ୍ରକଲ୍ୟାଣ ଡ଼ିନ ଡ଼କ୍ଟର ଜଗମୋହନ ପଟ୍ଟନାୟକ ଆଲୋଚନା ଚକ୍ର ଆଭିମୁଖ୍ୟ ସମ୍ପର୍କରେ ଦୃଷ୍ଟିପାତ କରିବା ସହିତ ନିଜେ ଛୋଟ ବଡ଼ ଶିଳ୍ପ ପ୍ରତିଷ୍ଠା କରି ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେଇପାରିଲେ ପ୍ରତ୍ୟେକ ପରିବାରର ଆର୍ଥିକ ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ବାଣିଜ୍ୟ ବିଭାଗର ଅଧ୍ୟାପକ କୁମ୍ କୁମ୍ ମହାପାତ୍ର, ଆଇଆଇଏମ୍‌ଟିର ଆସିଷ୍ଟାଷ୍ଟ ପ୍ରଫେସର ସୃଜନୀ ମହାନ୍ତି ଏବଂ ମାର୍କେଟିଙ୍କ ମୁଖ୍ୟ ଜୟ ପ୍ରକାଶ ମିଶ୍ର ଯୋଗ ଦେଇ କର୍ମଶାଳାକୁ ସଫଳ କରିଥିଲେ ।

Khansweb Solution Bhubaneswar
2 Comments
  1. 3patticrown111 says

    3patticrown111, huh? Never heard of it. Website looks kinda sketchy, so tread carefully. Might be legit, might be someone’s side hustle. Do your research before throwing any money around. Play safe on 3patticrown111.

  2. w388vn8 says

    w388vn8 is my go-to when I’m bored. A good range of games to keep you busy. Give it a look when you’ve got some time! You never know, might be your lucky day!: w388vn8

Leave A Reply

Your email address will not be published.