ନୂଆଦିଲ୍ଲୀ,୧୦/୧୧(ଓଡ଼ିଆ ନ୍ୟୁଜ) : ଦିଲ୍ଲୀରେ ଓଡ଼ିଶାକୁ ମିଳିବାକୁ ଥିବା କେନ୍ଦ୍ରୀୟ ଅନୁଦାନର ସ୍ଥିତି ବିଷୟରେ ଶନିବାର ଦିନ ସ୍ଥାନୀୟ ୩ ଏ ପି ଜେ ଅଦବୁଲ କାଲାମ ରୋଡ଼ସ୍ଥିତ ବାସଭବନରେ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟଳୟ ଅଧିକାରୀଙ୍କ ସହ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା କରିଥିଲେ। ଉପସ୍ଥିତ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଯେ କେନ୍ଦ୍ରୀୟ ଯୋଜନା ବାବଦରେ ୭ ନଭେମ୍ବର ୨୦୧୯ ସୁଦ୍ଧା ଓଡ଼ିଶା ୭,୫୪୪ କୋଟି ରାଶି ପାଇବ। କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନେରଗା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଏନଏସଏପି ଆଦି କେନ୍ଦ୍ରୀୟ ଯୋଜନା ବାବଦରେ ୬ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ମିଳିବାର ସମ୍ଭାବନା ରହିଛି। ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ବିଭାଗ ସହ ସମନ୍ୱୟ ରଖି କେନ୍ଦ୍ରୀୟ ପାଣ୍ଠି ଶ୍ରୀଘ୍ର ଆଣିବା ନିମନ୍ତେ ଉଦ୍ୟମ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଥ୍ôଲେ। ଏଥିସହ କେନ୍ଦ୍ରୀୟ ଅନୁଦାନ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିବାକୁ ଦିଲ୍ଲୀ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ। ସେହିପରି ପ୍ରଶାସନିକ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବାକୁ ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ସଫଳତାର ସହ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୈଠକରେ ଗୁରୁତ୍ୱ ଆରୋପ କରିଥିଲେ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
