କଟକ : ଶୁକ୍ରବାର ହେବାକୁ ଥିବା ଓଡିଶା ବନ୍ଦକୁ ନେଇ ଉଚ୍ଚ ନ୍ୟାୟାଳୟ କଡା ନିର୍ଦେଶ ଦେଇଛନ୍ତି । ଆନ୍ଦୋଳନକାରୀ ଜୋର ଜବରଦସ୍ତ ଦୋକାନ ବଜାର, ଗାଡି ଚଳାଚଳ ଆଦି ବନ୍ଦ କରିପାରିବେ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ କଡାକଡି ପାଳନ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତିପୂର୍ଣ ଭାବରେ ହରତାଳ କରିପାରିବେ ବୋଲି ଅଦାଲତ କହିଛନ୍ତି । ଯଦି କେହି ନିୟମ ଉଲ୍ଲଂଘନ କରି ଆନ୍ଦୋଳନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ଉଚ୍ଚ ନ୍ୟାୟାଳୟ ଗୁରୁବାର ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦେଶ ଦେଇଛନ୍ତି । ଅର୍ଥାତ ସାଧାରଣ ଲୋକଙ୍କ ଜନଜୀବନ ଯେପରି ଏଭଳି ଆନ୍ଦୋଳନ ଦ୍ବାରା ପ୍ରଭାବିତ ନହୁଏ ; ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି।
ନରେଶ ଚନ୍ଦ୍ର ମିଶ୍ର ନାମକ ଜଣେ ବ୍ୟବସାୟୀଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି। କୋର୍ଟଙ୍କ ଶୁଣାଣି ସମୟରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ, ଦ୍ଵୈତନଗରୀ ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଆଭାସି ଜରିଆରେ ଶୁଣାଣି ବେଳେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ଅଖଚକ ବନ୍ଦ ଡାକରା ଦେଇଥିଲା। ଏହାକୁ ବିରୋଧ କରି ଜଣେ ବ୍ୟବସାୟୀ ନରେଶ ଚନ୍ଦ୍ର ମିଶ୍ର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତଙ୍କ ଏଭଳି ନିର୍ଦେଶ ପରେ କଂଗ୍ରେସ ଦଳ ପକ୍ଷରୁ ଏହାକୁ ବନ୍ଦ ନୁହେଁ, ହରତାଳ କରିବ ବୋଲି ଘୋଷଣା କରିଛି। ଏଥିସହ ବନ୍ଦ ପାଇଁ କାହାକୁ ବାଧ୍ୟ କିମ୍ବା ଜୋରଜବରଦସ୍ତ କରାଯିବନି ବୋଲି ସ୍ପଷ୍ଟ କରିଛି। ତେବେ ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ହରତାଳକୁ ସମର୍ଥନ କରିବାକୁ ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନ ସହ ସାଧାରଣ ଜନତାଙ୍କୁ ମଧ୍ୟ ଅନୁରୋଧ କରିଛି।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
