banner
Breaking

ଆଜିଠାରୁ ଧବଳେଶ୍ବର ପୀଠରେ ୧୪୪ ଧରା। ବିନା ଭକ୍ତରେ ହେବ ପଞ୍ଚୁକ

0

ଗୁରୁଡିଝାଟିଆ,୧୨/୧୧ :  ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡ ଓଷା ଯାତ୍ରା ଚଳିତବର୍ଷ ଭକ୍ତବିହୀନ ହେବ । ଏନେଇ ଗୁରୁବାର ସନ୍ଧ୍ୟାରେ ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତାକାଲି ଅଁଳା ନବମୀ ଠାରୁ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ୱର ପୀଠ ଓ ଏହାର ସଂଲଗ୍ନ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି । ତେଣୁ କୌଣସି ଭକ୍ତ କାଲିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୀଠକୁ ନଆସିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯିବ ସହିତ ଏଥିରେ ସହଯୋଗ କରିବା ପାଇଁ କୁହାଯାଇଛି।

ଗୁରୁବାର ସନ୍ଧ୍ୟାରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ତ୍ତିକ ମାସର ବିଭିନ୍ନ ଦିନମାନଙ୍କରେ ବିଶେଷତଃ ଆଜି ହଜାର ହଜାର ଶ୍ରଦ୍ଧାଳୁ ପୀଠକୁ ଦର୍ଶନ ପାଇଁ ଆସିଥିଲେ । ଯାହାକି ପଞ୍ଚୁକର ଅବ୍ୟବହିତ ପୂର୍ବରୁ ପଞ୍ଚୁକର ଭ୍ରମ ସୃଷ୍ଟି କରିଥିଲା । ଏଭଳି ସ୍ଥିତିରେ ପଞ୍ଚୁକ ଓବଡଓଷା ଯାତ୍ରା ସମୟରେ କରୋନା ନିୟମକୁ କଡାକଡି ପାଳନ କରିବା ସମ୍ଭବ ନୁହେଁ । କରୋନା କଟକଣାର ଘୋର ଉଲଂଘନ ହେବ । ଏପରିକି ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏଭଳି ଭାବରେ ଏକ ରିପୋର୍ଟ ସ୍ଥାନୀୟ ପୋଲିସ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପରେ ଚଳିତ ପଞ୍ଚୁକ ଓ ବଡଓଷା ଯାତ୍ରା ବିନା ଭକ୍ତରେ ହେବ ବୋଲି ନିଷ୍ପତି କରାଯାଇଛି । ପ୍ରଭୁ ଧବଳେଶ୍ୱରଙ୍କ ନୀତି ପାଳିଆ, ପୂଜକ ଓ ଦେବୋତ୍ତର ପ୍ରଶାସନର ଉପସ୍ଥିତିରେ ପଞ୍ଚୁକ ଓ ବଡ ଓଷା ଯାତ୍ରାର ସମସ୍ତ ନୀତି ,ଗଜ ଭୋଗ ଲା୍ଗି ଓ ବଡସିଂହାର ବେଶ ଅନୁଷ୍ଠିତ ହେବ । ଯେହେତୁ ପଞ୍ଚୁକ ଓ ବଡଓଷା ଯାତ୍ରା ସମୟରେ ପୀଠକୁ ଶ୍ରଦ୍ଧାଳୁମାନଙ୍କୁ ନଆସିବା ପାଇଁ ୧୪୪ଧାରା ଜାରି କରାଯାଇଛିି । ସେଥିପାଇଁ ଶ୍ରଦ୍ଧାଳୁମାନେ ଯେପରି ଘରେ ବସି ପ୍ରଭୂଙ୍କ ବହସିଂହାର ବେଶ ଓ ଦୈନନ୍ଦିନ ନୀତି ଦେଖିପାରିବେ ସେଥିପାଇଁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଏହାର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ରହିଛି ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ “ସମାଜ”କୁ କହିଛନ୍ତି । ପ୍ରକାଶଯୋଗ୍ୟ ୧୫ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଭୁଙ୍କ ପଞ୍ଚୁକ ଓ ବଡଓଷାଯାତ୍ରା ଅନୁଷ୍ଠିତ ହେବ । ୧୭ତାରିଖରେ ପ୍ରଭୂଙ୍କ ବଡଓଷା , ୧୮ ତାରିଖରେ ଗଜଭୋଗ ବିତରଣ ଓ ୧୯ ତାରିଖରେ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି । ଆସନ୍ତା କାଲିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପୀଠରେ ଜାରି ହୋଇଥିବା ୧୪୪ ଧାରାକୁ କଡାକଡି ଭାବରେ ପାଳନ କରିବା ନିମନ୍ତେ ଗୁରୁଡିଝାଟିଆ ଥାନା ଅଧିକାରୀଙ୍କୁ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଚୌଦ୍ୱାର, କଟକ ଜିଲ୍ଲାପାଳ ଙ୍କୁ ମଧ୍ୟ ଲିଖିତ ଭାବରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି।
ଅନନ୍ତଗୋପାଳ ଭକ୍ତ ସେବା ସଂଘ ପକ୍ଷରୁ ଧବଳେଶ୍ୱର ପୀଠରେ ସଫେଇ କାର୍ଯ୍ୟକ୍ରମ

ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଅନନ୍ତ ଗୋପାଳ ଭକ୍ତସେବା ସଂଘ ପକ୍ଷରୁ ଆଜି ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଭକ୍ତ ସେବା ସଂଘର ଶତାଧିକ ସ୍ୱେଚ୍ଛାସେବୀ ମାନେ ନିର୍ଲିପ୍ତ ଭାବରେ ପୀଠ ପରିସରରେ ପଢିଥିବା ଆବର୍ଜନାକୁ ସ୍ୱେଚ୍ଛାକୃତ ଭାବରେ ସଫେଇ କରିଥିଲେ। ଝୁଲାପୋଲ, ଦୀପଦାନ ସ୍ଥାନ ସହିତ ଅନ୍ୟାନ୍ୟ ସ୍ଥାନରେ ପଡିଥିବା ଅବାର୍ଜନାକୁ ଦିନ ତମାମ ସଫା କରିଥିଲେ। ଛତିଆବଟ ମଣିମାଙ୍କ ନିର୍ଦ୍ଦେଶ କ୍ରମେ ଅନନ୍ତଗୋପାଳ ଭକ୍ତ ସେବା ସଂଘ, ପୋତା ପୋଖରୀ କଟକ ପକ୍ଷରୁ ସର୍ବଶ୍ରୀ ସୁଶାନ୍ତ କୁମାର ପ୍ରତିହାରୀ, ଚତୁର୍ଭୁଜ ବେଉରା, କିଶୋର ଚନ୍ଦ୍ର ବେହେରା, ଅର୍ଜୁନ କୁମାର ସ୍ୱାଇଁ ଙ୍କ ସହିତ ଭକ୍ତ ସମାଜର ଶତାଧିକ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଓ ଧବଳେଶ୍ୱର ସେବା ସଂସ୍ଥାର ସଭାପତି କିରଣ ବିହାରୀ ଖଟୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.