୧୮ ରୁ ୫୯ ବର୍ଷଙ୍କୁ ଦିଆଯିବ ମାଗଣା ବୁଷ୍ଟୋର ଡୋଜ
ନୂଆଦିଲ୍ଲୀ,୧୩।୭(ଓଡ଼ିଆ ନ୍ୟୁଜ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାରୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି। ୧୮-୫୯ ବର୍ଷ ବୟସର ଲୋକଙ୍କୁ କୋଭିଡ ବୁଷ୍ଟର ଟିକା ମାଗଣାରେ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତ ଏବେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। କେନ୍ଦ୍ର ସରକାରଙ୍କ ଆଜାଦୀ କି ଅମୃତ ମହୋତ୍ସବ ଅଭିଯାନ ଅଧୀନରେ ଲୋକଙ୍କୁ ମାଗଣାରେ କରୋନା ବୁଷ୍ଟର ଡୋଜ ଦିଆଯିବ। ଜୁଲାଇ ୧୫ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ୭୫ ଦିନର ଏକ ସ୍ବତନ୍ତ୍ର ଅଭିଯାନ ଅଧୀନରେ ଲୋକମାନେ ସରକାରୀ ଟିକାକରଣ କେନ୍ଦ୍ରରେ କୋଭିଡ ଟିକା ପ୍ରତି ବୁଷ୍ଟର ଡୋଜ୍ ନେଇପାରିବେ।
ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ
କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ବୁଷ୍ଟର ଡୋଜ ପ୍ରଦାନ କରାଯିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶରେ ମାଗଣା କୋଭିଡ ଟିକା ପ୍ରଦାନ କରିବା ଲାଗି ଏକ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ ହେବାକୁ ଯାଉଛି । ୧୮ରୁ ୫୯ ବର୍ଷ ବୟସର ବ୍ୟକ୍ତି ମାନେ ମାଗଣା ବୁଷ୍ଟର ଡୋଜ ନେଇପାରିବେ । ଏହାଦ୍ୱାରା ଦେଶର ସାଧାରଣ ଲୋକ ଉପକୃତ ହୋଇପାରିବେ । ବାସ୍ତବ ହିତାଧିକାରୀଙ୍କ ପାଇଁ ଏହି ନିଷ୍ପତ୍ତି ଗୁରୁତ୍ୱ ବହନ କରେ। ତେଣୁ ଯେତେଦୂର ସମ୍ଭବ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ସ୍ପେଶାଲ ଡ୍ରାଇଭ୍ରେ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

**mitolyn**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.