banner
Breaking

ଇବିଏଲ୍ ଫିନଟେକ୍ ସର୍ଭିସ୍ ପକ୍ଷରୁ ଇଜି ଲୋନ୍ ଓ୍ବେବ୍ ସାଇଟ୍ ଲୋକର୍ପିତ

ନିରାପଦ ଓ ସରଳ ଓଡିଆ ଭାଷାରେ ସୂଚନା ପାଇବେ ଗ୍ରାହକ

0

ଭୁବନେଶ୍ବର,୧୪/୭(ଓଡ଼ିଆ ନ୍ୟୁଜ): ଋଣ ନେଉଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ା ଏଣିକି ଋଣ ହେଉ କି ବ୍ୟାଙ୍କ୍ ସେବା ମିଳିବ ବିନା ଝିନଝଟରେ । ଗୋଟିଏ କ୍ଲିକରେ ସମ୍ପୂର୍ଣ୍ଣ ନିରାପଦ ଓ ଗୋପନରେ ଗ୍ରାହକମାନେ ଘରେ ରହି ପାଇ ପାରିବେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ ା ଇବିଏଲ୍ ଫିନଟେକ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ଏ ନେଇ ଚନ୍ଦକା ଶିଳ୍ପାଞ୍ଚଳ ସ୍ଥିତ ଓ ହବ୍ ଠାରେ କମ୍ପାନୀ ତରଫରୁ ଓ୍ବେବ୍ ସାଇଟ୍ (easy loan.com)ଲୋକାର୍ପିତ ହୋଇଯାଇଚି ା ଏହା ଓଡିଶାର ପ୍ରଥମ ବ୍ୟାଙ୍କ ଲୋନ୍ ସେବା ଓ୍ବେବ୍ ସାଇଟ୍ ଯାହା ଇଂରାଜୀ, ହିନ୍ଦି ସମେତ ଓଡିଆରେ ମଧ୍ୟ ସୂଚନା ପାଇବା ସହ ଲୋନ୍ ପାଇଁ ଗ୍ରାହକ ଆବେଦନ କରୁଥିବା ତଥ୍ୟ ସମ୍ପୂର୍ଣ୍ଣ ନିରାପଦ ଓ ଗୋପନୀୟ ରହିବ ବୋଲି କମ୍ପାନୀର ସିଇଓ ଦେବାଶିଷ ପଟ୍ଟନାୟକ କହିଛନ୍ତି ା ଏହା ସହିତ ଇବିଏଲ୍ ଫିନଟେକ୍ ଓଡିଶା ଓ ଭାରତ ସରକାରଙ୍କ ଷ୍ଟାର୍ଟ ଅପ୍ ବିଭାଗ ଦ୍ବାରା ଅନୁମୋଦିତ ବୋଲି କମ୍ପାନୀ ଡାଇରେକ୍ଟର ଡ ବିଦ୍ୟାଭୂଷଣ ମହାନ୍ତି କହିଛନ୍ତି ା ଏହି ସାଇଟରେ ଗ୍ରାହକ ମାନେ ତାଙ୍କ ମନ ମୁତାବକ ହୋମ୍ ଲୋନ୍, ପର୍ସନାଲ୍ ଲୋନ୍, ଗୋଲ୍ଡ ଲୋନ୍, ବିଜିନେସ ଲୋନ୍ ସମେତ ଲୋନ ଏଗନେଷ୍ଟ୍ ପ୍ରପର୍ଟି, କ୍ରେଡିଟ୍ କାର୍ଡ ଓ କାର୍ ଲୋନ୍ ପାଇ ପାରିବେ ା ଏହି କାର୍ୟ୍ୟକ୍ରମରେ ଷ୍ଟେଟ୍ ହେଡ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ( ସିକୁରିଟି ଡିପାର୍ଟମେଣ୍ଟ୍ ) ସୋମ୍ୟରଂଜନ ସର୍ଦାର,, ଆଇସିଆସିଆଇ ବ୍ୟାଙ୍କ୍ ଜୋନାଲ୍ ହେଡ୍ ( ଅନ୍ ସେକ୍ୟୁଅଡ ଆସେଟ୍ ) ପ୍ରୟାଗ ସାମଲ୍, ଏଚଡିଏଫସି ବିଜିନେସ ଡେଭଲପମେଣ୍ଟ ହେଡ୍ ୟସବନ୍ତ୍ ପାଲ୍, ଇଣ୍ଡିଆନ୍ ବ୍ୟାଙ୍କ ଆରଏସିପିସି ହେଡ୍ ଅନିଲ୍ ପଟ୍ଟନାୟକଙ୍କ ସମେତ ଇବିଏଲ୍ ଫିନଟେକ୍ କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର ଅଂଶୁମାନ ମହାପାତ୍ର, ନିଗମ ରାୟ, ଦିଲିପ ବେହେରା,ପ୍ରିୟଦର୍ଶି ଦାସ ଓ ଶ୍ରୀ କିରନ ପ୍ରମୁଖ ଉପସ୍ଥିତ ଥିଲେ ା

Khansweb Solution Bhubaneswar

Leave A Reply

Your email address will not be published.