ଭୁବନେଶ୍ୱର, ୫।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଭୁବନେଶ୍ୱରର ଏଥି ମଧ୍ୟରୁ ୧୫ ଜଣ ବମିଖାଲ ଅଞ୍ଚଳର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଅଛି କି ନାହିଁ, ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଏହାକୁ ମିଶାଇ ଗୋଟିଏ ଦିନରେ ରାଜ୍ୟରେ ମୋଟ ୧୮ କରୋନା ପଜିଟିଭ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ପ୍ରଥମ ୨ଟି କେସ ମଧ୍ୟରୁ ଜଣେ ବମିଖାଲ ଅଞ୍ଚଳର ୨୯ ,ଅନ୍ୟ ଜଣେ କପିଳ ପ୍ରସାଦର ୭୦ ବୟସ୍କ।

Breaking
ଉତ୍କଳ ବିଲ୍ଡର୍ସର ୩୫ତମ ଗୌରବମୟ ବର୍ଷ ୬ରୁ ‘ଉତ୍କଳ ଗ୍ରାଣ୍ଡ ପ୍ରପର୍ଟି ସେଲ୍ କାର୍ନିଭାଲ୍’ସରକାରୀ ଜାଗା ଦେଖାଇ ନେଇଗଲେ ୩ ଲକ୍ଷରୋଟାରୀ ଜିଲ୍ଲା ୩୨୬୨ ତରଫରୁ ୨୨ଜଣ ସଫଳ ଓଡିଆ ମହିଳାକୁଂ ସମ୍ମାନଉତ୍କଳ କନିକା ଗ୍ୟାଲେରିଆ ମଲରେ ଖୋଲିଲା ସେଲିଓ ଷ୍ଟୋରଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମାନସିକ ରୋଗକୁ ରୋକିବାକୁ ସର୍ବୋଚ୍ଚ ପ୍ରାଥମିକତା ଓଡ଼ିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛି