banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ସ୍ବାସ୍ଥ୍ୟପ୍ରତି ସଚେତନ ରହି କାମ କରନ୍ତୁ ନତୁବା ଶନିକ୍ଷେତ୍ର ଏବଂ ଶନିଙ୍କ ସହ ମଙ୍ଗଳ ହେତୁ ଥଣ୍ଡାଜ୍ୱର ହୋଇପାରେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା ଜନିତ ଶିଳ୍ପ,ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ଦୈନନ୍ଦିନର ଆବଶ୍ୟକତା ଅନୁଭବ କରି ବିଭିନ୍ନ ପ୍ରକାରର ଦ୍ରବ୍ୟ କ୍ରୟ କରିପାରନ୍ତିା

ବୃଷ:-ପରିସ୍ଥିତିର ତାଡନାରେ ଇଚ୍ଛା ନଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଦୀର୍ଘ ଦିନରୁ ପରିକଳ୍ପନା କରିଥିବା ନୂତନ ଯୋଜନା ପରିସ୍ଥିତିବଶତଃ ବନ୍ଦ ହୋଇଯିବ। ସାମାଜିକ ସ୍ତରରେ ବନ୍ଧୁଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ।

ମିଥୁନ:-ଆଜି ପଡୋଶୀ କିମ୍ବା ପଦସ୍ଥବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ପାରିବାରିକ ସମସ୍ୟା କ୍ରମଶଃ ବଳିଯାଉଥିବାରୁ ମାନସିକ ସ୍ଥିତି ଭଲ ରହିନପାରେ। ତଥାପି ମନର ଦୁଃଖକୁ ଲୁଚାଇ ରଖି ବନ୍ଧୁ ମାନଙ୍କ ସମ୍ମୁଖରେ ହସି ହସି କଥା କହିପାରନ୍ତି।

କର୍କଟ:-ଆଜି ସ୍ଥଗିତ କର୍ମ ସମ୍ପାଦନ ଓ ଅର୍ଥ ଲାଭର ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିପାରନ୍ତି। ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରି ଉଚ୍ଚପଦାଧିକାରୀଙ୍କ ଚକ୍ଷୁଶୂଳ ହେବାକୁ ପଡିପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ସହ ଆବଶ୍ୟକତାର ଅପୂରଣ ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇପାରେ।

ସି˚ହ:- ଆଜି ପାଇବେ ଯେତିକି ତାହାଠାରୁ ଅଧିକ ଦୁଇଗୁଣା ଖର୍ଚ୍ଚ କରିବାକୁ ପଡିପାରେ। ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ଆଲୋଚନା କାଳରେ କିଛି କହିବା ଅପେକ୍ଷା ବରଂ ନୀରବ ରହିବା ଭଲ ହେବ। ଶିଳ୍ପ,ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦେଖାଦେବ।

କନ୍ୟା:-ବୁଧଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ବନ୍ଧୁଙ୍କ ମାଧ୍ୟମରେ ଆଶା କରୁଥିବା ଜିନିଷ ପାଇବେ। କାର୍ଯ୍ୟ କ୍ଷେତ୍ରରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ବହୁତ ସମୟ ଧରି ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଘରେ ପରିବାର ସହିତ ଆମୋଦ ପ୍ରମୋଦ ସକାଶେ ନୂତନ ଯୋଜନା କରିପାରନ୍ତି।

ତୁଳା:-ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ଶନି ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ଥିବାରୁ ସମସ୍ୟା ମଧ୍ୟରେ ବୁଡି ରହି ଆପଣଙ୍କ ଦୈନ୍ୟଯୁକ୍ତ କଥା ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବ। ତଥାପି କର୍ମକ୍ଷେତ୍ରରେ ହେଉ କିମ୍ବା ସାମାଜିକ ସ୍ତରରେ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ।

ବିଛା:-କର୍ମଭାବସ୍ଥ ଭାଗ୍ୟାଧିପତି କାରଣରୁ ପରିସ୍ଥିତିର ତାଡନାରେ ଅଥବା ଭିନ୍ନ ଏକ ପରିସ୍ଥିତିରେ ଦୂରେଇ ଯାଇଥିବା ବନ୍ଧୁଟି ପାଖେଇ ଆସିବ। ବନ୍ଧୁଙ୍କ ପାରିବାରିକ ବିଷୟ ଚିନ୍ତାକରି ଭାବ ପ୍ରବଣତାରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବେ।

ଧନୁ:-ବୃହସ୍ପତି ଯୁକ୍ତ ଶନି ଓ ମଙ୍ଗଳ ଯୋଗୁ ଜୀବନଯାତ୍ରାରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ତ ହୋଇ ପଡିବେ। କର୍ମ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ସହ ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବ।

ମକର:-ରବି ଓ ରାହୁଙ୍କ ମଧ୍ୟବର୍ତ୍ତୀ ଶୁକ୍ର ପ୍ରଭାବରେ ବନ୍ଧୁଦର୍ଶନ ପାଇଁ ମନ ଛଟପଟ ହୋଇପାରେ। ପାରିବାରିକ ଜୀବନରେ ଜିଦ୍‌ଖୋର ପ୍ରବୃତିରୁ ମତାନ୍ତର ସୃଷ୍ଟି ହେବାର ସଂଭାବନା ରହିଛି। ଅବଶ୍ୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ କିନ୍ତୁ ଆଲୋଚନା କାଳରେ ଝଗଡା ଲାଗିପାରେ।

କୁମ୍ଭ:-ଦ୍ୱାଦଶସ୍ଥଗ୍ରହ ଜନିତ କର୍ମଜାଳ କିମ୍ବା ନିଃସଙ୍ଗତା ମାନସିକ ଚାପଗ୍ରସ୍ତ କରାଇପାରେ। ତଥାପି ସାଂଗଠନିକ କାମ,ପରିବହନ,ରାଜନୀତି,ଆଇନ ଓ ଆନୁଷ୍ଟାନିକ କାମରେ ଶୁଭ ଫଳ ମିଲିବ। କେତେକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ।

ମୀନ:-କର୍ମାଧିପ ସହ ଶନିଙ୍କ ସଂଯୋଗରୁ ପୁରୁଣା କାମଗୁଡିକର ସମୀକ୍ଷା କରିବେ କିନ୍ତୁ ବିବାଦୀୟ ପରିସ୍ଥିତି ସୃଷ୍ଟିର ସମ୍ଭାବନା ରହିଛି। ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି। କଳା,ସାହିତ୍ୟ ,ସଂଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

Khansweb Solution Bhubaneswar

Leave A Reply

Your email address will not be published.