ଆଜି ଗୋଟିଏ ସର୍ବାଧିକ ୮୩ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୩୭୭ କୁ ବୃଦ୍ଧି।
ଭୁବନେଶ୍ବର,୧୦/୫(ଓଡ଼ିଆ ନ୍ୟୁଜ): ଓଡିଶାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ପଞ୍ଝା ମାରୁଛି। ଆଜି ଗୋଟିଏ ଦିନରେ ୮୩ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ
ସଂକ୍ରମିତଙ୍କ ସଂଖ୍ୟା ୨୯୪ରୁ ୩୭୭କୁ ବୃଦ୍ଧି ପାଇଛି। ପ୍ରଥମ କରି ବୌଦ୍ଧରେ ୩ କରୋନା ଚିହ୍ନଟ କରାଯାଇଛି। କିଛିଦିନ ପରେ ପୁଣି ପୁରୀ ଜିଲାକୁ କରୋନା ଫେରିଛି। ପୁରୀ ଜିଲା କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ରାଜ୍ୟରେ ଯାଜପୁରରେ ୫ଜଣଙ୍କଠାରେ କରେନା ପଜିଟିଭ୍ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣ ସୁରତ ଫେରନ୍ତା, ଜଣେ ପଶ୍ଚିମ ବଙ୍ଗ ଫେରନ୍ତା ଏବଂ ଆଉ ଦୁଇଜଣ ପୂର୍ବପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ପୁରୀର ଚିହ୍ନଟ ହୋଇଥିବା ୨ଜଣ କରୋନା ପଜିଟିଭ୍ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ଆଜି ଭଦ୍ରକ ୬ଜଣ, ଗଞ୍ଜାମ ୭ଜଣ, ଅନୁଗୁଳ ୨ଜଣ ଓ ବୌଦ୍ଧରୁ ୩ଜଣ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି ଏବଂ ଏମାନେ ସମସ୍ତେ ସୁରତ ଫେରନ୍ତା ବୋଲି କୁହାଯାଇଛି। ଆଜି ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତ କ୍ବାରେଣ୍ଟାଇନରେ ଅଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୫୯,୭୮୦ ଟି ନମୁନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬୮ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି।