ଭାରତରେ ୨୪ ଘଣ୍ଟାରେ ୧୯୫ ମୃତ୍ୟୁ ୩୯୦୦ ସ°କ୍ରମିତ।
ନୂଆଦିଲ୍ଲୀ,୫/୫(ଓଡ଼ିଆ ନ୍ୟୁଜ) ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାର ତଥ୍ୟ ଏହା ସୂଚାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୯୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ଦିନରେ ସର୍ବାଧିକ। ଏହାକୁ ମିଶାଇ ଏଯାଏ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୫୬୮କୁ ବୃଦ୍ଧି ପାଇଛି। ଏବେ ୩୨ ହଜାର ୧୩୮ ଜଣ ଚିକିତ୍ସାଧୀନ ଥିବାବେଳେ ୧୨ ହଜାର ୭୨୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍ରେ ଦର୍ଶାଯାଇଛି।
ମହାରାଷ୍ଟ୍ରରେ ସର୍ବାଧିକ ୧୪ ହଜାର ୫୪୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫୮୩ ଜଣ ପ୍ରାଣ ହରାଇଛନ୍ତି। ଗୁଜରାଟରେ ୫୮୦୪ ଜଣ ଆକ୍ରାନ୍ତ ଓ ୩୧୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ୪୮୯୮ ଆକ୍ରାନ୍ତ ଓ ୬୪ ମୃତ, ତାମିଲନାଡୁରେ ୩୫୫୦ ଆକ୍ରାନ୍ତ ଓ ୩୧ ମୃତ, ରାଜସ୍ଥାନରେ ୩୦୬୧ ସଂକ୍ରମିତ ଓ ୭୭ ମୃତ, ମଧ୍ୟପ୍ରଦେଶରେ ୨୯୪୨ ଆକ୍ରାନ୍ତ ଓ ୧୬୫ ମୃତ, ଉତ୍ତରପ୍ରଦେଶରେ ୨୭୬୬ ଆକ୍ରାନ୍ତ ଓ ୫୦ ମୃତ, ଆନ୍ଧ୍ରପ୍ରଦେଶରେ ୧୬୫୦ ଆକ୍ରାନ୍ତ ଓ ୩୩ ମୃତ, ପଞ୍ଜାବରେ ୧୨୩୨ ଆକ୍ରାନ୍ତ ଓ ୨୩ ମୃତ, ପଶ୍ଚିମବଙ୍ଗରେ ୧୨୫୯ ଆକ୍ରାନ୍ତ ଓ ୧୩୩ ମୃତ ଏବଂ ତେଲେଙ୍ଗାନାରେ ୧୦୮୫ ଆକ୍ରାନ୍ତ ହୋଇଥିବାବେଳେ ୨୯ ଜଣ ପ୍ରାଣ ହରାଇଛନ୍ତି।