banner
Breaking

ରାଜ୍ୟରେ ପୁଣି ୪ ଆକ୍ରାନ୍ତ ଚିହ୍ନଟ।

0

ଭୁବନେଶ୍ୱର, ୫।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୪ କରୋନା ପଜିଟିଭ ମଙ୍ଗଳବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବାଲେଶ୍ୱର ଜିଲାର। ସେମାନଙ୍କ ମଧ୍ୟରେ ଜଣେ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ। ମହିଳାଙ୍କ ବୟସ ୫୦ ଓ ଯୁବକଙ୍କ ବୟସ ୨୬ ବର୍ଷ।
ସେହିଭଳି ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଟକ ଜିଲା ତିଗିରିଆ ଅଞ୍ଚଳର ୩୪ ବର୍ଷୀୟ ଯୁବକ। ଅନ୍ୟ ଜଣକ ସୁନ୍ଦରଗଡର ରାଉରକେଲା ଅଞ୍ଚଳର ୪୯ ବର୍ଷୀୟ ବ୍ୟକ୍ତି। ସୁନ୍ଦରଗଡ ଓ ବାଲେଶ୍ୱରର ଉଭୟ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ କଟକ ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.