banner
Breaking

କରୋନାଯୋଦ୍ଧାଙ୍କ ବୀମା ଆଉ ୬ ମାସ ବୃଦ୍ଧି

0

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପୁଣିଥରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ବୀମାର ଅବଧିକୁ ଆଉ ୬ମାସ ଲାଗି ବୃଦ୍ଧି କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଅବଗତ କରାଇଛି। ଏହି ବୀମା ଅବଧି ୨୦୨୨ ଏପ୍ରିଲ ୧୯ରୁ ୧୮୦ ଦିନ ପାଇଁ ବୃଦ୍ଧି ପାଇବ। ଏହି ସୁବିଧା ଉଭୟ ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ମିଳିବ।

Khansweb Solution Bhubaneswar

Leave A Reply

Your email address will not be published.