banner
Breaking

ରାଜଧାନୀରେ ପୁଣି ଅଭାବନୀୟ ଘଟଣା, ବାପା,ମା ଓ ଝିଅର ମୃତ ଦେହ ଉଦ୍ଧାର

0

ଭୁବନେଶ୍ୱର: ରାଜଧାନୀରେ ପୁଣି ଅଭାବନୀୟ ଘଟଣା।ବନ୍ଦ ଘରୁ ମିଳିଲା ୩ ମୃତଦେହ । ୧୫ମାସର ଶିଶୁ କନ୍ୟାକୁ ହତ୍ୟା ପରେ ଝୁଲି ପଡିଲେ ବାପା ଓ ମା। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ପ୍ଲଟ ନମ୍ପର ୧୫୦୮ରେ ଦେଖିବାକୁ ମିଳିଛି ଏପରି ଘଟଣା।

ବୁଧବାର ରାତି ପ୍ରାୟ ୯ଟା ୩୦ସମୟର ତିନି ମୃତ ଦେହକୁ ଜବତ ପରେ ପୋଷ୍ଟମର୍ଟମ ପାଇ ପଠାଇଛି ପୋଲିସ। ପୋଲିସ ସୂଚନା ମୁତାବକ ମୃତକ ହେଲେ ସ୍ୱାମୀ ତୁଷାର‌ ରାଜେନ୍ଦ୍ର ଜଗତପ ଓ ତାଙ୍କ ପତ୍ନୀ ନେହା ତୁଷାର‌ ଜଗତପ ସହ ୧୫ମାସର‌ ଶିଶୁ କନ୍ୟା ଶିବନ୍ୟା ଯେ କି ମହାରାଷ୍ଟରର କଟାରା ଅଞ୍ଚଳର। ତୁଷାର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ କ୍ରିଷ୍ନା ପ୍ୟାଲେସରେ କେୟାର‌ଟେକର ଭାବେ କାମ କରୁଥିଲେ। ମୃତଦେହ ମିଳିଥିବା ଘରର ମାଲିକାଣି ସୁରେକ୍ଷା ଉତମ ପାଓ୍ୱାର କହିଛନ୍ତି।

ତୁଷାର ତାଙ୍କ ମାଷ୍ଟର କ୍ୟାଣ୍ଟିନରେ ଥିବା ହୋଟେଲରେ‌ କାମ କରନ୍ତି। ଗତ କିଛି ଦିନ‌ ଧରି ସେ ମାନସିକ ଚାପରେ ରହୁଥିଲେ। ଏପରିକି ମଦ ପିଇ ତାଙ୍କ ପତ୍ନୀ ନେହାଙ୍କ ସହ ଝଗଡା କରୁଥିଲେ। ଯେହେତୁ ତାଙ୍କର ୧୫ମାସର ଶିଶୁ କନ୍ୟା ଥିଲା ସେନେଇ ତାଙ୍କ ପରିବାରକୁ ଲକ୍ଷ୍ମୀସାଗର ସ୍ଥିତ ଚିନ୍ତାମଣିଶ୍ୱରକୁ ଆସି ରହିବାକୁ କହିଥିଲେ। ଏନେଇ ପୁରା ପରିବାର ଗତ ୪ଦିନ‌ ହେବ ଆସି ଚିନ୍ତାମଣିଶ୍ବର ସ୍ଥିତ ୧୫୦୮ରେ ରହୁଥିଲେ।

ତେବେ ତାଙ୍କ ପରିବାରକୁ ପ୍ରତ୍ୟେକ ଦିନ ଖାଇବାକୁ ଦେଉଥିଲେ। ବୁଧବାର ରାତିରେ ମାଲିକାଣି ସୁରେକ୍ଷା ଖାଇବା ପାଇଁ ଡାକିଥିଲେ। କେହି କବାଟ ନ ଖୋଲିବାରୁ ସେ ଫୋନ କରିଥିଲେ । ହେଲେ ଫୋନ ମଧ୍ୟ ଉଠାଇନଥିଲେ ତୁଷାର। ଅନେକ ସମୟ‌ଧରି ଡାକିବା ପରେ ଶେଷରେ ସ୍କାଇ ଲାଇଟ ପଟେ ଡାକିବାକୁ ଚେଷ୍ଟା କରିଥିଲେ କିନ୍ତୁ ମୃତଦେହ ଦେଖିବାକୁ ପାଇଥିଲେ।

ତେବେ ପୋଲିସକୁ ଫୋନ ପରେ କବାଟ ଖୋଲି ଦେଖିବାକୁ ପାଇଥିଲେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଓଢଣୀରେ ସ୍କାଇଲାଇଟରେ ଝୁଲିଛନ୍ତି । ମାର ହାତରେ ମୃତ ଶିଶୁ କନ୍ୟା ଝୁଲୁଛି।ତେବେ ମୃତଦେହ ଜବତ ପରେ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ମାଲିକ ଉତମ ପାଓ୍ୱାର କହିଛନ୍ତି ତୁଷାର‌ ପ୍ରେମ କରି ବିବାହ କରିବା ପରେ ଦୀର୍ଘ ୬ ମାସ ଧରି ଆସି ତାଙ୍କ ପାଖରେ ଚାକିରି କରୁଥିଲେ।

କିଛି ଦିନ‌ ତଳେ ଶିଶୁ କନ୍ୟାର‌ ଜନ୍ମ ଦିନ‌ ପାଳନ କରିଥିଲେ। ତେବେ ହୋଟେଲର ଅନ୍ୟ ଷ୍ଟାଫଙ୍କୁଠୁ ଶୁଣିଥିଲେ ତୁଷାର ଗାଁରେ ତାଙ୍କ ପରିବାର‌ ସହିତ ଝଗଡା ହୋଇଛି। ଅନେକ ସମୟରେ ଫୋନରେ ଝଗଡା କରେ। ସମ୍ପତି ବାଡିକୁ ନେଇ ଝଗଡା କରିଥିବା ହୋଟେଲର‌ ଅନ୍ୟ ସହଯୋଗୀ କହିଛନ୍ତି। କେଉଁ କାରରଣରୁ ଏଭଳି ନିଷ୍ପତି‌ ନେଲେ ସେ ଜାଣି ନାହାନ୍ତି କିନ୍ତୁ ସମ୍ପତ୍ତି ବାଡି ପାଇଁ ବିବାଦ ହୋଇଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି

Khansweb Solution Bhubaneswar

Leave A Reply

Your email address will not be published.