banner
Breaking

ରାଜ୍ୟରେ ଆଜି ପୁଣି ୧୧,୭୩୨ ପଜିଟିଭ ଚିହ୍ନଟ ଓ ୧୯ ମୃତ।

0

ଭୁବନେଶ୍ୱର,୧୬/୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥ ମଧ୍ୟରୁ ସଂଗରୋଧରୁ ୬୫୬୯ ଏବଂ ସ୍ଥାନୀୟ ସଂକ୍ରମିତ ୫୧୬୩ ଜଣ ରହିଛନ୍ତି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦ ଜଣ ଥିବା ଜଣାଯାଇଛି। ସେହିପରି ଅନଗୁଳରୁ ୭୦୦, ବାଲେଶ୍ୱର ୪୭୨, ବରଗଡ ୩୬୩, ଭଦ୍ରକ ୪୧୪, ବଲାଙ୍ଗୀର ୪୦୧, ବଉଦ ୨୭୭ ଏବଂ କଟକରୁ ୮୭୦ ଜଣ, ଦେବଗଡରୁ ୧୨୯, ଢେଙ୍କାନାଳ ୧୫୩, ଗଜପତି ୭୭, ଗଞ୍ଜାମ ୨୫୯, ଜଗତସିଂହପୁର ୩୩୦, ଯାଜପୁର ୩୮୩, ଝାରସୁଗୁଡା ୩୯୧, କଳାହାଣ୍ଡିରୁ ୨୭୪ ଜଣ, କନ୍ଧମାଳରୁ ୮୪, କେନ୍ଦ୍ରାପଡା ୧୩୯, କେନ୍ଦୁଝର ୨୨୦, କୋରାପୁଟ ୨୮୯, ମାଲକାନଗିରି ୧୪୫, ମୟୁରଭଞ୍ଜ ୪୧୮, ନବରଙ୍ଗପୁର ୪୧୭, ନୟାଗଡ ୨୬୧, ନୂଆପଡା ୨୨୦, ପୁରୀ ୩୯୦, ରାୟଗଡା ୨୪୫, ସମ୍ବଲପୁର ୩୫୮, ସୋନପୁର ୨୫୫, ସୁନ୍ଦରଗଡ ୬୪୧ ଏବଂ ଷ୍ଟେଟପୁଲରୁ ୨୬୭ ଜଣଙ୍କୁ ଚିହ୍ନଟ କରାଯାଇଛି।
ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୮୮୨୭୫୬ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬୧୨୨୨୪ କୋଭିଡ ସଂକ୍ରମିତ ହୋଇଥିବାବେଳେ ୫୦୨୪୫୫ ଜଣ ଆରୋଗ୍ୟଲାଭ କରିସାରିଛନ୍ତି। ରାଜ୍ୟରେ ସଂପ୍ରତି ୧୦୭୪୦୩ ଜଣ ସକ୍ରିୟ ସଂକ୍ରମିତ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‍ କରି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୦ ଜିଲାରୁ ୧୯ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଦାରୁ ସର୍ବାଧିକ ୪, ଅନୁଗୁଳ, ରାୟଗଡାରୁ ୩ ଲେଖାଏଁ, ନୂଆପଡା , ସୁନ୍ଦରଗଡରୁ ୨ ଲେଖାଏଁ, ଗଜପତି, କେନ୍ଦ୍ରାପଡା, ନବରଙ୍ଗପୁର, ନୟାଗଡ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୩୧୩ରେ ପହଞ୍ଚିଛି।

Khansweb Solution Bhubaneswar

Leave A Reply

Your email address will not be published.