banner
Breaking

ଗୋଟିଏ ଦିନରେ କରୋନା ନେଲା ତିନି ସାମ୍ବାଦିକଙ୍କ ଜୀବନ।

କଳିଙ୍ଗ ସାମ୍ବାଦିକ ସ°ଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

0

ଭୁବନେଶ୍ୱର,୧୬/୫(ଓଡ଼ିଆ ନ୍ୟୁଜ): ନିଷ୍ଠୁର କରୋନା ଓଡ଼ିଶାରୁ ଆଜି ଗୋଟିଏ ଦିନରେ ତିନି ଜଣ ସାମ୍ବାଦିକଙ୍କ ଜୀବନ ନେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ କୈଳାସ ସାହୁଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତକିଛି ଦିନ ତଳେ କୈଳାସ କରୋନାରେ ସଂକ୍ରମିତ ହୋଇଥିଲେ । ସେ ପାଟଣାଗଡ ସାମ୍ୱାଦିକ ସଂଘର ସଭାପତି ଥିଲେ । ପୂର୍ବରୁ ବଲାଙ୍ଗିର ସାମ୍ୱାଦିକ ସଂଘର ପୂର୍ବତନ ସଭାପତି ଥିଲେ କୈଳାସ । ୧୨ ବର୍ଷ ଧରି ଧରିତ୍ରୀରେ ସାମ୍ୱାଦିକ ଭାବେ କାର୍ୟ୍ୟ କରିଥିବା ବେଳେ ବର୍ତ୍ତମାନ ପ୍ରଗତିବାଦୀରେ କାର୍ୟ୍ୟରତ ଥିଲେ କୈଳାସ । ତାଙ୍କର ତିନୋଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ଯାଜପୁରର ଯୁବ ସାମ୍ବାଦିକଙ୍କ ଅକାଳ ବିଯୋଗ
ସେହିପରି ଯାଜପୁର ଜିଲ୍ଲାରେ ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା । ତାଙ୍କ ନାଁ ରତିକାନ୍ତ ବଳ । ଘର ବଡ଼ଚଣା ବ୍ଲକ ଅନ୍ତର୍ଗତ ନଳିପୁର ଗାଁରେ । ୩୮ ବର୍ଷୀୟ ରତିକାନ୍ତ କରୋନା ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ । ୧୦ ଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିଲେ । ପ୍ରଥମମେ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଅଧାବାଟରେ ପ୍ରାଣବାୟୁ ଉଡ଼ିଯାଇଥିଲା । ରତିକାନ୍ତ ଏବେ ଏକାମ୍ର ଟିଭିରେ କାର୍ୟ୍ୟରତ ଥିଲେ ।

ଗଞ୍ଜାମ ଜିଲ୍ଲାରୁ ଆଉ ଜଣେ ସାମ୍ବାଦିକ କରୋନାରେ ପ୍ରାଣ ହରାଇଛନ୍ତି । ବ୍ରହ୍ମପୁରରେ ଓଡ଼ିଶା ଭାସ୍କର/କଳିଙ୍ଗ ଦର୍ପଣରେ କାର୍ଯ୍ୟ କରୁଥିବା ବିଷ୍ଣୁ ପ୍ରସାଦ ପାତ୍ରଙ୍କ ମୃତ୍ୟୁ ହୋଇଛି ।
କରୋନା ସଂକ୍ରମିତ ୪୨ ବର୍ଷିଅ ବିଷ୍ଣୁ ପ୍ରସାଦ ପାତ୍ର ବ୍ରହ୍ମପୁର ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୭ଟା ୫୦ରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି । ବିଷ୍ଣୁଙ୍କୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲ୍ଲାରୁ ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହେଲାଣି । ସେହିଭଳି ଦ୍ୱିତୀୟ ଲହରରେ ସମଗ୍ର ରାଜ୍ୟରୁ ୨୫ ଜଣଙ୍କ ଜୀବନ ନେଲାଣି କିଲର୍ ଭାଇରସ୍ କରୋନା । କରୋନରା ପ୍ରଥମ ପ୍ରବାହରେ ରାଜ୍ୟରେ ୪ ଜଣ ସାମ୍ବାଦିକ ପ୍ରାଣ ହରାଇଥିଲେ ।
କଳିଙ୍ଗ ସାମ୍ବାଦିକ ସ°ଘ ପକ୍ଷରୁ ସମସ୍ତ କରୋନା ଯୋଦ୍ଧା ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ପରିବାରକୁ ଅସୀମ ଧର୍ଯ୍ୟ ଶକ୍ତି ପ୍ରଦାନ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.