ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୬,୦୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫୨୨ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୫୫୧ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୨୦ ହଜାର ୧୨୯ରେ ପହଞ୍ଚିଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୯୨ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୨୩୯, ବାଲେଶ୍ୱରରୁ ୭୮, ବରଗଡ଼ରୁ ୩୧୮, ଭଦ୍ରକରୁ ୬୫, ବଲାଙ୍ଗୀରରୁ ୪୫୭, ବୌଦ୍ଧରୁ ୬୪, କଟକରୁ ୧୯୮, ଦେବଗଡ଼ରୁ ୩୬, ଢେଙ୍କାନାଳରୁ ୧୨, ଗଜପତିରୁ ୭୯, ଗଞ୍ଜାମରୁ ୨୦୯, ଜଗତ୍ସିଂହପୁରରୁ ୬୨, ଯାଜପୁରରୁ ୧୦୭, ଝାରସୁଗୁଡ଼ାରୁ ୩୫୯, କଳାହାଣ୍ଡିରୁ ୨୭୭, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୬୪, କେନ୍ଦୁଝରରୁ ୨୬୬ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୭୬, ମାଲକାନଗିରିରୁ ୨୯, ମୟୂରଭଞ୍ଜରୁ ୧୪୯, ନବରଙ୍ଗପୁରରୁ ୨୦୬ , ନୟାଗଡ଼ରୁ ୧୧୦ , ନୂଆପଡ଼ାରୁ ୪୦୦, ପୁରୀରୁ ୨୨୬, ରାୟଗଡ଼ାରୁ ୭୭, ସମ୍ବଲପୁରରୁ ୧୫୮ ସୁବର୍ଣ୍ଣପୁରରୁ ୭୪ ଓ ସୁନ୍ଦରଗଡ଼ରୁ ୩୭୧ ଅଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୧୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୦୦୭କୁ ବୃଦ୍ଧି ପାଇଛି। ଏହି ୧୦ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩, ରାୟଗଡ଼ାରୁ ୨ ଓ ବୌଦ୍ଧ ଜିଲାରୁ ଜଣେ ଅଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
Breaking
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନାନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା