banner
Breaking

ଖୁସି ଖବର, କରୋନା ଟୀକା ପ୍ରସ୍ତୁତ।

0

ଲଣ୍ଡନ: କରୋନା ଭୂତାଣୁର ଚିକିତ୍ସା ପାଇଁ ବ୍ରିଟେନ ଏବଂ ଜର୍ମାନୀ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ଏହି ଭ୍ୟାକ୍ସିନର ସଫଳତା ଜାଣିବା ଲାଗି ଆଜିଠାରୁ ମଣିଷଙ୍କ ଉପ​‌ରେ ଏହାର ପରୀକ୍ଷଣ ହେବ। କରୋନା ଭ୍ୟାକ୍ସିନକୁ ନେଇ ସାରା ବିଶ୍ଵରେ ୧୫୦ରୁ ଅଧିକ ଗବେଷଣା ଚାଲିଛି। ତେବେ ଜର୍ମାନୀ ଏବଂ ବ୍ରିଟେନ ଦୁନିଆର ସେହି ୫ ଦେଶ ମଧ୍ୟରେ ସାମିଲ ହୋଇଛନ୍ତି, ଯେଉଁମାନଙ୍କୁ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଛି।

ସୂଚନା ଅନୁସାରେ, ବ୍ରିଟେନର ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ୫୧୦ ଏବଂ ଜର୍ମାନୀର ଫେଡେରାଲ ଇନଷ୍ଟିଚ୍ୟୁଟ ୨୦୦ ଲୋକଙ୍କ ଉପରେ କରୋନା ଭ୍ୟାକ୍ସିନର ପରୀକ୍ଷଣ କରିବ। ଯେଉଁ ଲୋକମାନଙ୍କ ଉପରେ ଏହାର ପରୀକ୍ଷଣ କରାଯିବ ସେମାନଙ୍କୁ ୧୮ରୁ ୫୫ ବର୍ଷର ଶ୍ରେଣୀରେ ରଖାଯାଇଛି। ପରୀକ୍ଷା ସମୟରେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରକାରର ଟିକା ଦିଆଯିବ ଏବଂ ଏହା ଭୂତାଣୁ ବିଲୋପ କରିବାରେ କେତେ ପ୍ରଭାବଶାଳୀ ତାହା ନିରୀକ୍ଷଣ କରାଯିବ।ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ମଧ୍ୟ ପୃଥକ ଭାବରେ ନିରୀକ୍ଷଣ କରାଯିବ। ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି ଯେ, କରୋନା ଭୂତାଣୁ ମୁକାବିଲା ପାଇଁ ଏହି ଟିକା ହେଉଛି ଏକମାତ୍ର ପ୍ରଭାବଶାଳୀ ଉପାୟ। ଟିକା ପରୀକ୍ଷା ପାଇଁ ଲଣ୍ଡନର ଇମ୍ପେରିଆଲ୍ କଲେଜକୁ ୨୫ ନିୟୁତ ୟୁରୋ ପ୍ରଦାନ କରାଯାଉଛି।

ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟର ଗବେଷଣା ନିର୍ଦ୍ଦେଶକ ପ୍ରଫେସର ସାରା ଗିଲବର୍ଟ ଆକଳନ କରିଛନ୍ତି ଯେ, ଏହି ଟିକା ପ୍ରାୟ ୮୦% ସଫଳ ହେବ। ଟିକା ଖୋଜିବା ପାଇଁ ବ୍ରିଟେନ ସବୁକିଛି କରିବାକୁ ପ୍ରସ୍ତୁତ। କିନ୍ତୁ ଏକ ରିପୋର୍ଟ ଅନୁସାରେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ଏବଂ ବ୍ରିଟେନର ଭାଇରୋଲୋଜିଷ୍ଟମାନେ ଏହାକୁ ନେଇ ଚିନ୍ତିତ ଅଛନ୍ତି। ବୈଜ୍ଞାନିକମାନେ ଭୟ କରୁଛନ୍ତି ଯେ ଯଦି ଏଥିରେ କିଛି ଭୁଲ ହୁଏ, ତେବେ ହଜାର ହଜାର ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇପାରନ୍ତି। ଲ୍ୟାବର ସୁରକ୍ଷାକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମଧ୍ୟ ଉଠିଛି। ବ୍ରିଟେନର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍ ପାଟ୍ରିକ୍ ୱାଲାନ୍ସ ମଧ୍ୟ ଏ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି।

ଏଥି ସହିତ ଜର୍ମାନୀର ବାୟୋଟେକ୍ କମ୍ପାନୀ ବାୟୋ ଏନ୍ ଟେକ୍ କୋଭିଡ -୧୯ର ଟିକା ପ୍ରସ୍ତୁତ କରିଛି। ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପିଫାଇଜର ସହିତ ବାୟୋ ଏନ୍ ଟେକ୍ ମିଶି ଏହି ଟିକା ତିଆରି କରିଛି। ଯାହାର ନାମ BNT 162 ରଖାଯାଇଛି। ଜର୍ମାନୀ ପରେ ଏହା ଆମେରିକାରେ ମଧ୍ୟ ପରୀକ୍ଷା କରାଯିବାର ସମ୍ଭାବନା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.