banner
Breaking

କରୋନା ଅପଡେଟ। ମୃତ୍ୟୁ ସ°ଖ୍ୟା ୬୮୧କୁ ବୃଦ୍ଧି।

0

ନୂଆଦିଲ୍ଲୀ,୨୩/୪ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧ ହଜାର ୩୯୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୮୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୨୫୮ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୧୬ ହଜାର ୪୫୪ ଜଣ ଏବେ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଦେଶରେ ମହାରାଷ୍ଟ୍ର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ପାଲଟିଛି। ଏଠାରେ କରୋନା ଭୂତାଣୁ ଦ୍ବାରା ୫୬୪୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ ୨୬୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୁଜରାଟରେ ୨୪୦୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୦୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଦିଲ୍ଲୀରେ ୨୨୪୮, ରାଜସ୍ଥାନରେ ୧୯୩୫, ତାମିଲନାଡୁରେ ୧୬୨୯, ମଧ୍ୟପ୍ରଦେଶରେ ୧୫୮୭, ଉତ୍ତରପ୍ରଦେଶରେ ୧୪୪୯, ତେଲେଙ୍ଗାନାରେ ୯୪୩, ଆନ୍ଧ୍ରପ୍ରଦେଶରେ ୮୧୩, ପଶ୍ଚିମବଙ୍ଗରେ ୪୫୬, କେରଳରେ ୪୩୭, କର୍ଣ୍ଣାଟକରେ ୪୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଧ୍ୟପ୍ରଦେଶରେ ୮୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦିଲ୍ଲୀରେ ୪୮ ଜଣ ପ୍ରାଣ ହରାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.