ଭୁବନେଶ୍ୱର, ୧୪ା୪(ଓଡ଼ିଆ ନ୍ୟୁଜ): ଭାରତରେ କରୋନା କାୟା ବିସ୍ତାର କରୁଥିବା ବେଳେ ବିଭିନ୍ନ ରାଜ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦକ୍ଷେପ ଓ ରାଜ୍ୟ ବାସୀଙ୍କ ସାହାଯ୍ୟ ସହଯୋଗ ପାଇଁ ଓଡିଶା ଅନ୍ୟ ରାଜ୍ୟଠାରୁ ବହୁ ଆଗରେ ରହିଛି। ରାଜ୍ୟରେ କରୋନା ବା କୋଭିଡ୍-୧୯ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ଆକ୍ରାନ୍ତଙ୍କୁ କିପରି ସ୍ବତନ୍ତ୍ର ଚିକିତ୍ସା ମିଳିପାରିବ ସେଥିପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲାଯାଇଛି। ଏଥିପାଇଁ ବିଭିନ୍ନ ଘରୋଇ ହସ୍ପିଟାଲ ଓ ଅନେକ କମ୍ପାନୀ ସହଯୋଗର ହାତ ବଢ଼ାଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬ ଜିଲାରେ ୧୭ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ବା ସ୍ବାସ୍ଥ୍ୟ ଯତ୍ନ କେନ୍ଦ୍ର କାର୍ଯ୍ୟ କରୁଛି। ଏହିସବୁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଗଜପତି, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, କଟକ, ସୁନ୍ଦରଗଡ଼, ଭଦ୍ରକ, ରାୟଗଡ଼ା, ମାଲକାନଗିରି, ଢେଙ୍କାନାଳ, ବୌଦ୍ଧ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ କୋରାପୁଟ ଜିଲାରେ କାର୍ଯ୍ୟ କରୁଥିବାବେଳେ ମୋଟ ଶଯ୍ୟା ସଂଖ୍ୟା ୨୭୯୦ ରହିଛି। ନବରଙ୍ଗପୁରଠାରେ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ସ୍ଥାପନ ନିମନ୍ତେ ନବରଙ୍ଗପୁର ଜିଲାପାଳ, ନାଲ୍କୋ ଓ ସ୍ଥାନୀୟ ଖ୍ରୀଷ୍ଟିଆନ୍ ହସ୍ପିିଟାଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିବା ସୂଚନା ଦିଆଯାଇଛି।
Breaking
ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
