banner
Breaking

ପିଲାମାନଙ୍କ ଘରେ ପହଞ୍ଚିବ ପଢାବହି- ଶିକ୍ଷାମନ୍ତ୍ରୀ

0

ଭୁବନେଶ୍ୱର, ୧୪।୪(ଓଡ଼ିଆ ନ୍ୟୁଜ): କରୋନା ସ°କ୍ରମଣ ହେତୁ ସ୍କୁଲ ଗୁଡିକୁ ବନ୍ଦ କରିଦିଆଯାଇଥିଲା। ଲକଡାଉନ୍ ସମୟ ମେ ୩ ତାରିଖକୁ ବୁଦ୍ଧି ହେବାପରେ ପିଲାମାନଙ୍କର ପାଠପଢାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ଘରେ ପାଠ୍ୟ ପୁସ୍ତକ ପହଞ୍ଚାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କ ଘରେ ଶିକ୍ଷକମାନେ ବହି ପହଞ୍ଚାଇବେ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ସୂଚନା ଦେଇଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବହି ବ୍ଲକ ଓ ସ୍କୁଲରେ ପହଞ୍ଚି ସାରିଛି। ଏପ୍ରିଲ ୨୫ ସୁଦ୍ଧା ପିଲାମାନଙ୍କ ପାଖରେ ବହି ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ ପିଲାମାନେ ବହି ନେବାକୁ ଆସିବେନି। ଶିକ୍ଷକମାନେ ସେମାନଙ୍କ ଘରେ ଦେଇ ଆସିବେ। ସେହିପରି ମେ’ ୩ ତାରିଖ ପରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.