ହିତାଧିକାରୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି। ଆଉ ବର୍ଷେ ମିଳିବ ମାଗଣା ଚାଉଳ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ବର୍ଷେ ମିଳିବ ମାଗଣା ଚାଉଳ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜାନୁଆରୀ ୨୦୨୩ ରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ପୁଣି ମାଗଣା ଚାଉଳ। ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳିବ। ଏଥିପାଇଁ ରାଜକୋଷରୁ ପ୍ରାୟ ୧୮୫ କୋଟି ଖର୍ଚ୍ଚ ହେବ। ୨୦୧୮ରୁ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ। କରୋନା ମହାମାରୀ ସମୟରେ ହିତାଧିକାରୀଙ୍କୁ ମିଳୁଥିଲା ଚାଉଳ ସହ ମାଗଣା ଡାଲି। ଦୀର୍ଘ ୨୮ ମାସ ଧରି ମହାମାରୀ ସମୟରେ ସହାୟତା ଦେଉଥିଲେ ରାଜ୍ୟ ସରକାର। ଏହାସହ ୨ଥର ହିତାଧିକାରୀଙ୍କୁ ମିଳିଛି ଆର୍ଥିକ ସହାୟତା।

**mitolyn official**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.