banner
Breaking

ଆସୁଛି କରୋନାର ଚତୁର୍ଥ ଲହର, ମାସ୍କ ପିନ୍ଧନ୍ତୁ

0

ଭୁବନେଶ୍ବର: ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କୋଭିଡ-୧୯ ଚତୁର୍ଥ ଲହର ଆସିପାରେ। ଆକଳନ ଅନୁସାରେ ମାର୍ଚ୍ଚରେ ଚତୁର୍ଥ ଲହର ଆସିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ୨୪ ଘଣ୍ଟାରେ ଚୀନରେ ୩ଲକ୍ଷରୁ ଅଧିକ, ଭାରତରେ ୧୭୩ ନୂଆ କେସ ଚିହ୍ନଟ। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨ଟି କେସ ଚିହ୍ନଟ ହୋଇଛି। କୋରାପୁଟରୁ ଜଣେ ଏବଂ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏଁ କୋଭିଡ ପଜିଟିଭ ଚିହ୍ନଟ। ସର୍ଭେ ଅନୁସାରେ ଏଯାବତ ପିକ୍ ଆସିନାହିଁ।ଜାନୁଆରୀ ୧୩ରୁ ୧୫ ମଧ୍ୟରେ ପିକ୍; ଦୈନିକ ୭ରୁ ୧୦ଲକ୍ଷ ସଂକ୍ରମିତ ହେବେ। ପିକବେଳେ ଚୀନରେ ଦୈନିକ ୨୫ହଜାର ପର୍ଯ୍ୟନ୍ତ ମୃତ୍ୟୁ ଘଟିପାରେ। ସେହି ହିସାବରେ ଭାରତରେ ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ଦେଖାଦେବ। ମାର୍ଚ୍ଚରେ ଚତୁର୍ଥ ଲହର ସମ୍ଭାବନା, କେସ ସାମାନ୍ୟ ବଢ଼ିପାରେ। ସେଥିପାଇଁ ଗହଳି ଜାଗାକୁ ଯାଉଥିଲେ ମାସ୍କ ପିନ୍ଧିବାକୁ କୁହାଯାଉଛି। ରାଜ୍ୟରେ ୯୦% ଲୋକ ଡବଲ ଡୋଜ ଟୀକା ନେଇଛନ୍ତି। ୪୦% ବୁଷ୍ଟର ଡୋଜ ନେଇଛନ୍ତି, ବାକି ଲୋକେ ନେଇ ଯାଆନ୍ତୁ। ଯେଉଁମାନେ ଡବଲ ଡୋଜ ନେଇ ସାରିଥିବେ ସେମାନେ ନାଜାଲ ଭାକ୍‌ସିନ ନେଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତି ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.