ଚନ୍ଦ୍ରରେ ପହଞ୍ଚିଲା ଭାରତ
ଭୁବନେଶ୍ୱର : ଚନ୍ଦ୍ରରେ ପହଞ୍ଚିଲା ଭାରତ। ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିଛି। ଆମେରିକା, ଚୀନ୍ ଓ ସୋଭିଏତ ଋଷ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ହେଉଛି ଚତୁର୍ଥ ଦେଶ। ଐତିହାସିକ ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ସାରା ଦେଶରେ ପ୍ରାର୍ଥନା ହୋଇଥିଲା। ଗତ ଜୁଲାଇ ୧୪ ତାରିଖରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇଥିଲା।
ଭାରତର ମିଶନ ଚନ୍ଦ୍ର ଚନ୍ଦ୍ରଯାନ -୩ ଚନ୍ଦ୍ରରେ ପହଞ୍ଚିବା ପରେ ଇତିହାସ ସୃଷ୍ଟି କରିଛି। ଇସ୍ରୋର ଏହି ମିଶନ୍ ବୁଧବାର ସନ୍ଧ୍ୟା ୬.୦୪ରେ ଚନ୍ଦ୍ରରେ ଅବତରଣ ଇସ୍ରୋର ଏହି କୀର୍ତ୍ତିମାନ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ପୃଥିବୀରେ ସମାଧାନ କରିଛୁ ଏବଂ ଏହାକୁ ଚନ୍ଦ୍ରରେ ଅନୁଭବ କରିଛୁ। ଭାରତ ବର୍ତ୍ତମାନ ଚନ୍ଦ୍ରରେ ଅଛି।
ବିକ୍ରମ ଲାଣ୍ଡର ଏବଂ ପ୍ରଜ୍ଞାନ ରୋଭରଙ୍କ ସହିତ ଲ୍ୟାଣ୍ଡର୍ ମଡ୍ୟୁଲ୍ ଚନ୍ଦ୍ରମା ସଫ୍ଚ ଲ୍ୟାଣ୍ଡିଂ କରିଛି। ଚାରି ବର୍ଷ ମଧ୍ୟରେ ଦ୍ୱିତୀୟ ପ୍ରୟାସରେ ଇସ୍ରୋ ଏହି ସଫଳତା ପାଇଛି। ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ ପରର ମିଶନ। ଯାହା ବିଫଳ ହୋଇଥିଲା। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରର ସ୍ଥିିତି ପରଖିବା।ଚନ୍ଦ୍ରାଯାନ -୩ ଜୁଲାଇ ୧୪ରେ ଲଞ୍ଚ ଭେଇକିଲ ମାର୍କ -୩ (LVM୩) ରକେଟ୍ ମାଧ୍ୟମରେ ଉତକ୍ଷେପଣ କରାଯାଇଥିଲା। ଏହାର ମୋଟ ମୂଲ୍ୟ ୬୦୦ କୋଟି ଟଙ୍କା। ୧୪ ଜୁଲାଇରେ ଉତକ୍ଷେପଣ ହେବା ପରେ ଚନ୍ଦ୍ରଯାନ -୩ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା।
ଚନ୍ଦ୍ରଯାନ-୨ ଅବତରଣ କରିବା ବେଳେ ବେଗ ନିୟନ୍ତ୍ରଣ ହରାଇବାରୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ହେଲେ ଏହି ଭୁଲକୁ ସୁଧାରି ଇସ୍ରୋ ଚଳିତଥର ସମସ୍ତ ପ୍ରସ୍ତୁତି କରିଥିଲା। ଅବତରଣ କରିବା ବେଳେ ମାଧ୍ୟାକର୍ଷଣ ଶକ୍ତି ଅଧିକ ରହିଥାଏ। ଏପରି ସ୍ଥିତିରେ ଯଦି ଚନ୍ଦ୍ରଯାନ-୩ ଖୁବ ଜୋରରେ ଅବତରଣ କରିବ ତାହେଲେ ଯୋଗାଯୋଗ ବିଚ୍ଛିନ୍ନ ହେବାର ସମ୍ଭାବନା ଥିଲା। କିନ୍ତୁ ଜହ୍ନରେ ପାଦ ଥାପିବା ପୂର୍ବରୁ ବହୁମାତ୍ରାରେ ଚନ୍ଦ୍ରଯାନ-୩ର ବେଗ କମାଇ ଦେଇଥିଲେ ବୈଜ୍ଞାନିକମାନେ। ଯେପରି ଏକ ଗଡାଣି ରାସ୍ତାରେ ସାଇକେଲ ପ୍ରଥମେ ବହୁ ଶୀଘ୍ର ଗଡିଯାଏ ଆଉ ଗଡାଣି ପାର କରିବା ପୂର୍ବରୁ ଯେପରି ଧୀରେ ଧୀରେ ବ୍ରେକ ମାରି ବେଗକୁ କଣ୍ଟ୍ରୋଲ କରାଯାଇ ଦୁର୍ଘଟଣାକୁ ଏଡାଇ ଦିଆଯାଏ ସମାନ ଧରଣର ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିଥିଲେ ଇସ୍ରୋର ବୈଜ୍ଞାନିକ। ଯେଉଁଥିପାଇଁ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ ସଫଳ ହୋଇପାରିଲା।

**mitolyn reviews**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.