ଭୁବନେଶ୍ୱର,୧।୪(ଓଡ଼ିଆ ନ୍ୟୁଜ): ଦେଶ, ସମାଜ ଏବଂ ରାଜ୍ୟ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ଆଗାମୀ ଦିନରେ କରେନା ସହ ଲଢ଼ିବା ପାଇଁ ପ୍ରତିଟି ବୁନ୍ଦା ସାହସ, ଶକ୍ତି ବଜାୟ ରଖିବାକୁ ପଡ଼ିବ। ହେଲେ କିଛି ଦାୟିତ୍ୱହୀନ ବ୍ୟକ୍ତି ଗୁଜବ ସୃଷ୍ଟି କରିବାରେ ଲାଗଥିବା ଦେଖାଯାଉଛି। ବୁଧବାର କରାଯାଉଥିବା ଏକ ଗୁଜବ ଅନୁସାରେ ରାଜ୍ୟରେ ୧୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଏକ ଗୁଜବ, ନିନ୍ଦନୀୟ ଘଟଣା,ରାଷ୍ଟ୍ରଦ୍ରୋହୀ କାର୍ଯ୍ୟ। କୌଣସି ବ୍ୟକ୍ତି ଏଭଳି କାମ କରିବାର ଦୃଷ୍ଟାନ୍ତ ମିଳିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍ଚୀ ସୂଚନା ଦେଇ କହିଛନ୍ତି।
Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
