ଭୁବନେଶ୍ୱର,୧।୪(ଓଡ଼ିଆ ନ୍ୟୁଜ): ଦେଶ, ସମାଜ ଏବଂ ରାଜ୍ୟ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ଆଗାମୀ ଦିନରେ କରେନା ସହ ଲଢ଼ିବା ପାଇଁ ପ୍ରତିଟି ବୁନ୍ଦା ସାହସ, ଶକ୍ତି ବଜାୟ ରଖିବାକୁ ପଡ଼ିବ। ହେଲେ କିଛି ଦାୟିତ୍ୱହୀନ ବ୍ୟକ୍ତି ଗୁଜବ ସୃଷ୍ଟି କରିବାରେ ଲାଗଥିବା ଦେଖାଯାଉଛି। ବୁଧବାର କରାଯାଉଥିବା ଏକ ଗୁଜବ ଅନୁସାରେ ରାଜ୍ୟରେ ୧୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଏକ ଗୁଜବ, ନିନ୍ଦନୀୟ ଘଟଣା,ରାଷ୍ଟ୍ରଦ୍ରୋହୀ କାର୍ଯ୍ୟ। କୌଣସି ବ୍ୟକ୍ତି ଏଭଳି କାମ କରିବାର ଦୃଷ୍ଟାନ୍ତ ମିଳିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍ଚୀ ସୂଚନା ଦେଇ କହିଛନ୍ତି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
