banner
Breaking

ଓଡିଶାରେ ପଞ୍ଚମ କରୋନା ରୋଗୀ ଚିହ୍ନଟ।

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

0

ଭୁବନେଶ୍ୱର, ୧ ।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ପଞ୍ଚମ କରୋନା ରୋଗୀଙ୍କ ବୟସ ୬୦ ହୋଇଥିବା ଜଣାପଡ଼ିଛି । ସେ ଭୁବନେଶ୍ୱର ସୂର୍ଯ୍ୟନଗରର ନିବାସୀ ହୋଇଥିବା ଜଣାପଡିଛି । ସେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

ତେବେ କିଛି ଦିନ ଧରି ଅସୁସ୍ଥ ଥିବାରୁ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କର ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି । ଆକ୍ରାନ୍ତ ବ୍ୟକ୍ତି ଅନ୍ୟ କିଛି ରୋଗରେ ମଧ୍ୟ ପୀଡ଼ିତ ଅଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.