banner
Breaking

ଔଷଧରେ ଭଲ ହେବ କ୍ୟାନସର

1

ନ୍ୟୁୟର୍କ , ୮।୬ : କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ଖୁସି ଖବର ଆସିଛି। ବହୁ ବର୍ଷର ପରିଶ୍ରମ ପରେ ପ୍ରଥମ ଥର ପାଇଁ ଗବେଷକମାନେ ଏପରି ଏକ ଔଷଧର ସନ୍ଧାନ ପାଇଛନ୍ତି, ଯାହାକୁ ବ୍ୟବହାର କରି କ୍ୟାନସର ସମସ୍ୟାର ସଫଳ ସମାଧାନ ହୋଇପାରିବ।

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ମେମୋରିଆଲ ସ୍ଲୋନ କେଟରିଂ କ୍ୟାନସର ସେଣ୍ଟର ଦ୍ୱାରା କରାଯାଇଥିବା ଏକ ପରୀକ୍ଷଣରେ ୧୮ ଜଣ କ୍ୟାନସର ଆକ୍ରାନ୍ତଙ୍କୁ ପ୍ରାୟ ୬ ମାସ ଧରି ଡୋଷ୍ଟେରଲିମାବ ନାମକ ଏକ ଔଷଧ ସେବନ କରିଥିଲେ ଏବଂ ଶେଷରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ଟ୍ୟୁମର ଚାଲିଯାଇଥିବା ଦେଖିବାକୁ ମିଳିଥିଲା।

ନ୍ୟୁୟର୍କର ମେମୋରିଆଲ ସ୍ଲୋନ କେଟରିଂ କ୍ୟାନସର ସେଣ୍ଟରର ଅନୁସନ୍ଧାନ ପ୍ରତିଷ୍ଠାନ ଡ. ଲୁଇସ ଏ. ଡିଆଜ୍‌ କହିଛନ୍ତି ଏହା ଏକ ଐତିହାସିକ ଘଟଣା। କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏହା ପ୍ରଥମ ଥର ପାଇଁ ଘଟିଛି ବୋଲି ସେ କହିଛନ୍ତି। ଏହି ପରୀକ୍ଷଣର ଫଳାଫଳ ବିଶେଷଜ୍ଞମାନଙ୍କୁ ଚକିତ କରି ଦେଇଛି, ଯେହେତୁ ଏହା ପୂର୍ବରୁ ଶୁଣାଯାଇ ନଥିଲା ଯେ ଏକ ଔଷଧ ସମସ୍ତ କ୍ୟାନସର ଆକ୍ରାନ୍ତଙ୍କଠାରେ ଏହି ସମସ୍ୟାକୁ ଶେଷ କରିବ ।

ବିଶେଷଜ୍ଞଙ୍କ ଅନୁଯାୟୀ ଡୋଷ୍ଟେରଲିମାବ ଔଷଧ ମାନବ ଶରୀରରେ ଏକ ଆଣ୍ଟିବଡି ଭାବରେ କାମ କରେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ପ୍ରମାଣିତ ହୋଇଛି ଯେ ଡୋଷ୍ଟେରଲିମାବ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ସମ୍ଭାବ୍ୟ ଉପଶମ ହୋଇପାରେ। ଯେଉଁମାନଙ୍କର କ୍ୟାନସର ସେଲଗୁଡ଼ିକ ଶରୀରରୁ ଦୂରେଇ ଯାଇଛି, ସେମାନଙ୍କ ପାଇଁ ଅଧିକ ଚିକିତ୍ସା କରିବାର କୌଣସି ଆବଶ୍ୟକତା ନାହିଁ ।

କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କଲୋରେକ୍ଟାଲ କ୍ୟାନସର ବିଶେଷଜ୍ଞ ଡକ୍ଟର ଆଲାନ ପି ଭେନୁକ କହିଛନ୍ତି ଯେ ପ୍ରତ୍ୟେକ ଆକ୍ରାନ୍ତ କ୍ୟାନସର ମୁକ୍ତ ହେବା ଘଟଣା ପୂର୍ବରୁ କେବେ ମଧ୍ୟ ଶୁଣାଯାଇ ନ ଥିଲା। ଡାକ୍ତରଙ୍କ ଅନୁଯାୟୀ, ଆକ୍ରାନ୍ତମାନେ ପରୀକ୍ଷା ସମୟରେ ଛଅ ମାସ ପାଇଁ ପ୍ରତି ତିନି ସପ୍ତାହରେ ଡୋଷ୍ଟେରଲିମାବ ନେଇଥିଲେ। ଏହା ଉଲ୍ଲେଖନୀୟ ଯେ ସେମାନେ ସମସ୍ତେ ସମାନ ଅବସ୍ଥାରେ ଥିଲେ। ସେମାନଙ୍କର କ୍ୟାନସର ଅନ୍ୟ ଅଙ୍ଗକୁ ବ୍ୟାପି ନ ଥିଲା।

ଅନୁସନ୍ଧାନକାରୀମାନେ ଏକ ଗଣମାଧ୍ୟମରେ ପ୍ରକାଶିତ ଅଧ୍ୟୟନରେ ଲେଖିଛନ୍ତି ଯେ, ଏହି ରିପୋର୍ଟ ସମୟରେ କୌଣସି ଆକ୍ରାନ୍ତ କେମୋ ରେଡିଓଥେରାପି କିମ୍ବା ଅସ୍ତ୍ରୋପଚାର କରିନାହାଁନ୍ତି ଏବଂ ଅନୁସନ୍ଧାନ ସମୟରେ କିଛି ସମସ୍ୟା ଉପୁଜି ନାହିଁ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.