banner
Breaking

ଆଜି ଠାରୁ ସ୍କୁଲରେ ଗ୍ରୀଷ୍ମ ଛୁଟି

0

ଭୁବନେଶ୍ୱର,୬।୬(ବ୍ୟୁରୋ): ସୋମବାରଠାରୁ ସ୍କୁଲ୍‌ରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେଉଛି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି ରହିବ। ପ୍ରତିବର୍ଷ ଦେଢ଼ମାସରୁ ଊର୍ଦ୍ଧ୍ୱ ଗ୍ରୀଷ୍ମ ଛୁଟି ଦିଆଯାଉଥିଲା। ଏଥର ସରକାର ଛୁଟିକୁ କାଟଛାଣ୍ଟ କରିଛନ୍ତି। କରୋନା ପାଇଁ ୨ବର୍ଷ ସ୍କୁଲ ବନ୍ଦ ଯୋଗୁ ପାଠପଢ଼ା ପ୍ରଭାବିତ ହୋଇଥିଲା। ଯଦିଓ ଅନ୍‌ଲାଇନ୍‌ରେ କ୍ଲାସ୍‌ ହେଉଥିଲା, କିନ୍ତୁ ଇଣ୍ଟରନେଟ୍‌ ସଂଯୋଗ ଓ ସ୍ମାର୍ଟ ଫୋନ୍‌ ଅଭାବରୁ ୬୦% ପିଲା ସେଥିରୁ ବଞ୍ଚତ୍ତ ହୋଇଥିଲେ। ତେଣୁ ସବୁ ପିଲା ପାଠ ପଢ଼ିବାର ସୁଯୋଗ ପାଇ ନ ଥିଲେ। କରୋନା ସ୍ଥିତି ସୁଧୁରିବା ପରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିଥିଲେ। ପାଠପଢ଼ା କ୍ଷତି ଭରଣା ପାଇଁ ଗ୍ରୀଷ୍ମ ଛୁଟିକୁ କମାଇ ଦିଆଯିବା ସହ ଶ୍ରେଣୀଗୃହ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.