ଏଣିକି ଚିକେନ ଓ ଅଣ୍ଡା ଖାଇ ପାରିବେ।
ଭୁବନେଶ୍ବର,୨୪/୨(ବ୍ୟୁରୋ) : ଓୟୁଏଟିର ଭୁବନେଶ୍ବର ସ୍ଥିତ କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଲାଗିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ ଥାଇ କୁକୁଡା ମାଂସ ଓ ଅଣ୍ଡା ଖାଉନାହାନ୍ତି। ଏଥିପାଇଁ କୌଣସି ଭୟ ଆଶଙ୍କା ସୃଷ୍ଟିହେବା ଉଚିତ ନୁହେଁ। ସରକାରଙ୍କ ତରଫରୁ ଓୟୁଏଟି କୁକୁଡା ଫାର୍ମା ଓ ଏହାର ଏକ କି.ମି ବ୍ୟାସାରର୍ଦ୍ଧ ଅଞ୍ଚଲରେ ସମସ୍ତ କୁକୁଡା ଓ ବତକକୁ ମାରି ପୋତିଦିଆଯିବା ସାଙ୍ଗକୁ ଉପଲବ୍ଧ ଅଣ୍ଡା ଓ କୁକୁଡା ଖାଦ୍ୟକୁ ମଧ୍ୟ ନଷ୍ଟକରି ପୋତି ଦିଆଯାଇଛି। ଓୟୁଏଟି କୁକୁଡା ଫାର୍ମାର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ବିଶୋଧକ ପ୍ରୟୋଗ କରାଯାଇଛି। ଓୟୁଏଟି କୁକୁଡା ଫାର୍ମାକୁ ସିଲ କରାଯାଇଛି ଓ ଖୋର୍ଦ୍ଧା ଜିଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କ ତରଫରୁ ୪ ଫେବୃଆରୀ ୨୦୨୦ ଦିନ ଜୀବାଣୁମୁକ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ତେଣୁ କୁକୁଡା ମାଂସ ଓ ଅଣ୍ଡା ଖାଇବାରେ କୌଣସି ପ୍ରତିବନ୍ଧକ ନାହିଁ। କୁକୁଡା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇଲେ ବାର୍ଡ ଫ୍ଲୁ(ଏଚ୫ଏନ୧) ଭୂତାଣୁ ନଷ୍ଟ ହୋଇଯାଏ। ଏତଦବ୍ୟତୀତ ୨୮ ଜାନୁଆରୀ ୨୦୨୦ରୁ ଏପର୍ଯ୍ୟନ୍ତ ଓୟୁଏଟି କୁକୁଡା ଫାର୍ମର ଏକରୁ ଦଶ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ କୌଣସି କୁକୁଡା ବା କୁକ୍କୁଟଜାତୀୟ ପକ୍ଷୀଙ୍କ ଆସ୍ବାଭାବିକ ମୃତ୍ୟୁ ହୋଇନାହିଁ । ତେଣୁ ଲୋକମାନେ ଆଶାଙ୍କାଗ୍ରସ୍ତ ନ ହୋଇଇ କୁକୁଡା ମାଂସ ଓ ଅଣ୍ଡା ଖାଇପାରିବେ ବୋଲି ଓୟୁଏଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।