banner
Breaking

ଉତ୍ତର ବିଧାୟକଙ୍କ ଦ୍ବାରା ଭତ୍ତା ବଣ୍ଟନ

1

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ବୃଦ୍ଧ, ବୃଦ୍ଧା ଓ ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ଭତ୍ତା ଟଙ୍କା ବଣ୍ଟନ କରିଥିଲେ । ଏବଂ କେନ୍ଦ୍ର ସରକାରଙ୍କ ଭତ୍ତା ମାରଣ ନୀତିକୁ କଡା ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ବ୍ୟାଙ୍କ ମାଧ୍ୟମରେ ଭତ୍ତା ଟଙ୍କା ପଠା ନୀତି ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶାରୀରିକ ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟତା କାରଣରୁ ଲୋକମାନେ ବ୍ୟାଙ୍କ ପାଖକୁ ନଯାଇ ପାରି ଭତ୍ତା ପଇବାରୁ ବିଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କ ହାତ ପାଖରେ କେମିତି ଭତ୍ତା ଟଙ୍କା ପହଞ୍ଚିବ ତାହାର ସୁବନ୍ଦୋବସ୍ତ କରିଛନ୍ତି । ପ୍ରଶାସନିକ ଅଧିକାରୀ ଓ ଦଳୀୟ ନେତୃମଣ୍ଡଳି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକଙ୍କ ପାଖକୁ ଯାଇ ଭତ୍ତା ଟଙ୍କା ଦେବା ପାଇଁ । ଯାହା ଓଡିଶା ସାରା କାର୍ଯ୍ୟକାରୀ ହେଉଛି ବୋଲି ବିଧାୟକ କହିଥିଲେ । ଏବଂ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଶିର୍ବାଦ କରିବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଓାର୍ଡ ଅଧିକାରୀ ରବିନାରାୟଣ ମିଶ୍ର, ଏସଆଇ ମନୋରଞ୍ଜନ ମହାପାତ୍ର, ସିଓ ଶିପ୍ରାରାଣୀ ସାମନ୍ତରାୟ, ବିଜେଡି ଜିଲ୍ଲା ସାଂଗଠନିକ ସମ୍ପାଦକ ପ୍ରସନ୍ନ କୁମାର ସାହୁ, ଆଇନଜୀବୀ ସମରେନ୍ଦ୍ର ସାହୁ, ଯୁବନେତା ଚଗଲା ଜେନା, ଭଗବାନ ଦାଶ, ମିଟୁ ପରିଡା ଓ ସ୍ୱଚ୍ଛସାଥୀ ମାନେ ଉପସ୍ଥିତ ଥିଲେ । ପ୍ରାୟ ୧୦୦ ଜଣ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଭତ୍ତା ଟଙ୍କା ବଣ୍ଟନ କରାଯାଇଥିଲା ।

Khansweb Solution Bhubaneswar
1 Comment
  1. mitolyn official says

    **mitolyn official**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.