banner
Breaking

ଖାଦ୍ୟ ସୁରକ୍ଷା ପ୍ରଶିକ୍ଷଣ କର୍ମଶାଳା ସୁସ୍ଥ ସମାଜ ପାଇଁ ଖାଦ୍ୟ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ

0

ଭୁବନେଶ୍ୱର : ଆରୋମା ଶିକ୍ଷା ଓ ସେବା ସମିତି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଏକ ବାଣିଜ୍ୟ ବ୍ୟବସାୟ ସଂଘ ପରିସରରେ ଖାଦ୍ୟ ସୁରକ୍ଷା ସମ୍ବଦ୍ଧୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖାଦ୍ୟ ସୁରକ୍ଷା ଏବଂ ଫୋଷ୍ଟାକର ମୁଖ୍ୟ ପ୍ରଶିକ୍ଷକ ରଞ୍ଜନ କୁମାର ମଲ୍ଲିକ, ଆରୋମା ଶିକ୍ଷା ଓ ସେବା ସମିତିର ରାଜ୍ୟ ସଂଯୋଜକ ବିଭୂତି ଭୂଷଣ ଲେଙ୍କା, ଓରିଜନ ଉଦ୍ୟୋଗ ତଥା ଆରୋମା ଶିକ୍ଷା ଓ ସେବା ସମିତିର ଭୁବନେଶ୍ୱର ପରିଚାଳକ ଗଗନ କୁମାର ମଲ୍ଲିକ ଓ ମନୋଜ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ବ୍ୟବସାୟୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

ଏକ ସୁସ୍ଥ ଓ ନିରୋଗୀ ସମାଜ ପାଇଁ ଖାଦ୍ୟ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ । ଆଜିକାଲି ଅଧିକାଂଶ ଲୋକମାନେ କାର୍ଯ୍ୟ ବ୍ୟସ୍ତତା ଓ ସମୟ ସାପେକ୍ଷ ଦୃଷ୍ଟିରୁ ବାହାର ଖାଦ୍ୟ ଉପରେ ଅଧିକ ନିର୍ଭର କରିଥାନ୍ତି । ବର୍ତ୍ତମାନ ସମାଜ ପାଇଁ ଖାଦ୍ୟ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ କଥା । ଏଥିପାଇଁ ସମସ୍ତ ବ୍ୟବସାୟୀମାନେ ଯତ୍ନବାନ ହେବା ଦରକାର । ଖାଦ୍ୟ ପ୍ରସ୍ତୁତି, ବିକ୍ରି ସମୟରେ କିପରି ପରିସ୍କାର, ପରିଚ୍ଛନ୍ନତା ଅବଲମ୍ବନ କରିବେ ଓ ଖାଦ୍ୟ ଅପମିଶ୍ରଣ କିପରି ରୋକାଯାଇ ପାରିବ ସେ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସମସ୍ତ ଖାଦ୍ୟ ସାମଗ୍ରୀ ଜନିତ ବ୍ୟବସାୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଖାଦ୍ୟ ସୁରକ୍ଷା ପ୍ରମାଣପତ୍ର ନିହାତି ଆବଶ୍ୟକ । ଓଡିଶାରେ ଆରୋମା ଶିକ୍ଷା ଓ ସେବା ସମିତିକୁ ଖାଦ୍ୟ ସୁରକ୍ଷା ପ୍ରମାଣପତ୍ର ଦେବା ପାଇଁ ଦାୟିତ୍ୱ ଦିଆଯାଇଛି । ସେଠାରୁ ଖାଦ୍ୟ ପଦାର୍ଥ ଓ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ଜଡିତ ବ୍ୟବସାୟୀ ଓ ବ୍ୟକ୍ତିମାନେ ପ୍ରଶିକ୍ଷଣ ଗ୍ରହଣ କରି ପ୍ରମାଣପତ୍ର ନେଇ ପାରିବେ ବୋଲି ପ୍ରଶିକ୍ଷକମାନେ କହିଥିଲେ । ଏଥିରେ ୫୦ ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀନିବାସ ରଥ, କବିରାଣୀ ନାୟକ, ଶ୍ରୀକାନ୍ତ, ସାଗରିକା, ଶୁଭସ୍ମିତା, ମମତା, ହେମଳତା, ପ୍ରତ୍ୟୁଷ, ତାରିଣୀ, ଅନିସା ବେଗମ୍‌, ଏସ୍ କେ ଅମରି, ବାଦଲ, ଶ୍ରୀତମ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.