ଭୁବନେଶ୍ୱର,୬/୪(ଓଡ଼ିଆ ନ୍ୟୁଜ) : ରାଜଧାନୀ ଭୁବନେଶ୍ୱରରୁ ରବିବାର ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ଟ୍ବିଟ କରି ଜଣାଇବାସହ ସାମାଜିକ ଦୂରତାର ଉଲ୍ଲଂଘନକଲେ ଅପରାଧିକ କାଯ୍ୟକଳାପ ଭାବେ ଗ୍ରହଣ କରାଯାଇ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି।

ସେହିପରୁ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍ କରି କହିଛନ୍ତି ଯେ, ବଜାର ଅଞ୍ଚଳକୁ କେହି ଗାଡ଼ି ନେଇ ଯାଇପାରିବେନାହିଁ। କୌଣସି ପାସରେ ଗାଡିନେଇ ବଜାରକୁ ଗଲେ ପାସ କାମ ଦେବନାହିଁ। ଯଦି ଗାଡି ନେଇ ଯାଆନ୍ତି ଗାଡିକୁ ସିଜ୍ କରାଯିବ। ପନିପରିବା, ଗ୍ରୋସରୀ ଓ ଔଷଧ ଆବଶ୍ୟକଥିଲେ ଚାଲିଚାଲି ଯିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥି ସହିତ ଦୂରତା ରକ୍ଷା କରିବା ପାଇଁ ସମସ୍ତଙ୍କୁ କହିଛନ୍ତି। ଦୋକନୀ ମାନଙ୍କୁ ତାଗିଦ କରି କହିଛନ୍ତି ଯେ ପ୍ରତ୍ୟେକ ଦୋକାନ ସମ୍ମୁଖରେ ୫ଫୁଟ ବ୍ୟବଧାନରେ ଗୋଲ କାଟି ତା ଭିତରେ ଗରାଖ ମାନଙ୍କୁ ଠିଆ ହେବାକୁ କହିବେ। ଏବଂ ଜଣେ ପିଲା ମାଧ୍ୟମରେ ଲୋକଙ୍କୁ ଜିନିଷ ପରସିବେ। ଏଥିରେ ବ୍ୟତିକ୍ରମ ଘଟିଲେ ସ°ପୃକ୍ତ ଦୋକାନ ସିଲ୍ ହେବା ସହିତ ଦୋକନୀ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯିବ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
