banner
Breaking

ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଧ ରପ୍ତାନୀ ପାଇଁ ମୋଦୀଙ୍କୁ ଟ୍ରମ୍ପଙ୍କ ନିବେଦନ

0

ଆମେରିକା : ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନୀ କରିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନିବେଦନ କରିଛନ୍ତି। ଏଥିନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଶନିବାର ପୂର୍ବାହ୍ଣରେ ଫୋନ ଯୋଗେ ଆଲୋଚନା କାରିଥିବା ଟ୍ରମ୍ପ ହ୍ବାଇଟହାଉସଠାରେ ସୂଚନା ଦେଇଛନ୍ତି। ଆମେରିକାରେ କରୋନା ସଂକ୍ରମଣ ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ଉପଚାରରେ ମାଲେରିଆ ଉପଚାର ପାଇଁ ବ୍ୟବହାର କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନର ପ୍ରାରମ୍ଭିକ ସଫଳତାକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ ଏହା ଉପରେ ନିର୍ଭରଶୀଳ ରହିଛି। ଭାରତ ବହୁ ପରିମାଣ ହାଇଡ୍ରୋକ୍ସିକ୍ଲୋରୋକୁଇନ  ପ୍ରସ୍ତୁତ କରୁଥିବାରୁ ଆମେରିକା ପକ୍ଷରୁଆମଦାନୀ ପାଇଁ ଦିଆଯାଇଥିବା ବରାଦକୁ ମଞ୍ଜୁରୀ ପ୍ରଦାନ କରିବାକୁ ଟ୍ରମ୍ପ ମୋଦୀଙ୍କୁ ନିବେଦନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.