banner
Breaking

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ।

0

ଭୁବନେଶ୍ୱର, ୧୮/୫(ଓଡ଼ିଆ ନ୍ୟୁଜ): ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଉଥିଲାବେଳେ ଆମ ସରକାରମାନେ ଏହାର ଫାଇଦା ଦେଶର ସାଧାରଣ ଗ୍ରାହକଙ୍କୁ ନ ଦେଇ ବିଭିନ୍ନ ଶୁଳ୍କ ଓ ଭାଟ ବୃଦ୍ଧି ବୃଦ୍ଧି କରି ରାଜସ୍ବ ସଂଗ୍ରହ ଅଳରେ ଶୋଷଣ କରିଚାଲିଛନ୍ତି ବୋଲି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି l ପାର୍ଟି ର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଲିଟର ପିଛା ସେସ ଓ ଅତିରିକ୍ତ ଉତ୍ପାଦନ ଶୁଳ୍କ ବାବଦକୁ ୧0ଟଙ୍କା ଓ ଡିଜେଲ ଲିଟର ପିଛା ୧୩ ଟଙ୍କା ଦର ବୃଦ୍ଧି କରିଥିଲେ l ଆଜିଠାରୁ ଓଡିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରେ ମୂଲ୍ୟଯୁକ୍ତ ଟିକସ ବା ଭାଟ ବୃଦ୍ଧି କରିଛନ୍ତି l ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୩ ପଇସା ମୂଲ୍ୟ ବୃଦ୍ଧି କରିଛନ୍ତି l ଏହା ଫଳରେ ପେଟ୍ରୋଲ ଲିଟର ରାଜଧାନୀ ଭୁବନେଶ୍ୱରରେ ୭୧ ଟଙ୍କା ୭୨ ପଇସା ଓ ଡିଜେଲ ଲିଟର ପିଛା ୬୭ ଟଙ୍କା ୭୩ ପଇସା ରାଜ୍ୟ ସରକାରଙ୍କର ଏହି ଟିକସ ବୃଦ୍ଧିର ପ୍ରଭାବ ମାଲ ପରିବହନ ଓ ବସ ଭଡା ଉପରେ ମଧ୍ୟ ପଡ଼ିବାକୁ ଯାଉଛି l ଫଳରେ ଡାଲି, ତେଲ, ଚିନି ଭଳି ଅତ୍ୟାଵସେକ ସାମଗ୍ରୀର ଦର ବୃଦ୍ଧି ପାଇବ l ଓଡିଶାବାସୀ ଯେତେବେଳେ କରୋନା ଭଳି ମହାମାରୀ ଓ ଅମ୍ପlନ l ପରି ମହାବାତ୍ୟାର ମୁକାବିଲା କରୁଛନ୍ତି ସେତିକିବେଳେ ଏହି ଦର ବୃଦ୍ଧି ଦୁର୍ଭାଗ୍ୟ ଓ ଜନବିରୋଧୀ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଛନ୍ତି l ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ସେ ଦାବି କରିଛନ୍ତି l

Khansweb Solution Bhubaneswar

Leave A Reply

Your email address will not be published.