banner
Breaking

କରୋନା ଓ ବାତ୍ୟା ଅମ୍ଫାନ ପାଇଁ ବିଧାୟକଙ୍କ ସମୀକ୍ଷା ବୈଠକ।

0

ଜଗତସିଂହପୁର,୧୮/୫(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆଜି ଜଗତସିଂହପୁର ପୌରପାଳିକା କାର୍ଯ୍ୟାଳୟରେ କରୋନା ଓ ବାତ୍ୟା ଅମ୍ଫାନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟର , ଓ ଏହାର ପରିଚାଳନା ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ସମ୍ବଦ୍ଧୀୟ ବିସ୍ତୃତ ଆଲୋଚନା ସହ ଆସୁଥିବା ବାତ୍ୟା ଅମ୍ଫାନ ପାଇଁ ପୁର୍ବ ପ୍ରସ୍ତୁତ ଯୋଜନାର ସମୀକ୍ଷା କରାଯାଇଥିଲା। ଏଥିରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିମଳ ଲେଙ୍କା , ଡା ସରୋଜ କୁମାର ଷଡ଼ଙ୍ଗୀ , ପୌରପାଳିକା ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ବାତ୍ୟା ମୁକାବିଲା ପାଇଁ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରକାଶ ବସ୍ତିଆ, ସମୀତ କୁମାର ଲେଙ୍କା , ପ୍ରିୟବ୍ରତ ମହାପାତ୍ର, ସୁଜିତ୍ ମଲିକ୍, ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.