banner
Breaking

ପୁଣି ନାବାଳିକା ବଳତ୍କାର।

0

ଝାରସୁଗୁଡା ,(ବ୍ୟୁରୋ)- ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଧୀନ ଏକ ଗ୍ରାମର ଜନୈକା ୭ ବର୍ଷର ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଗତ ସୋମବାର ବଳାତ୍କାର କରିଥିବା ନେଇ ପୀଡିତାଙ୍କ ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବ୍ରଜରାଜନଗର ପୋଲିସ ପୋକ୍ସୋ ଆକ୍ଟରେ ମାମଲା(ନଂ- ୨୨୩/୧୯) ରୁଜୁ କରି ତଦନ୍ତ ଚଳାଇଛି। ପୀଡିତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀମାଇନା କରିବା ପରେ ସେଠାରେ ଚିକିତ୍ସା ଜାରି ରହିଛି। ଅପରପକ୍ଷେ ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ତାଙ୍କୁ ପୋଲିସ ମଙ୍ଗଳବାର ଗିରଫ କରି ଡାକ୍ତର ମାଇନା କରିଛି। ଅଭିଯୁକ୍ତଜଣଙ୍କ ହେଲେ ଆକାଶ କୁମୁରା(୧୯)। ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

ସୂଚନାନୁଯାୟୀ, ଉକ୍ତ ନାବାଳିକା ସାଙ୍ଗମାନଙ୍କ ସହିତ ଗ୍ରାମରେ ଖେଳୁଥିଲେ। ଏହି ସମୟରେ ଯୁବକ ଜଣଙ୍କ ନାବାଳିକାକୁ ଭୁଲାଇ ପିଜୁଳି ଖାଇବାକୁ ଦେବାକୁ କହି ଗ୍ରାମ ନିକଟ ନିଛାଟିଆ ଯୋର(ନାଳ) କୂଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଯୁବକଜଣଙ୍କ ବଳାତ୍କାର କରି ଫେରାର ହୋଇଥିଲେ। ପୀଡିତା ନାବାଳିକା କାନ୍ଦି କାନ୍ଦି ରାସ୍ତା ଉପରକୁ ଆସିଥିଲେ । ସେହି ରାସ୍ତାରେ ଗାଁ ଲୋକେ ଯାଉଥିବାବେଳେ ତାଙ୍କୁ ଦେଖି ଘରକୁ ଆଣିଥିଲେ। ଏଭଳି ଲଜ୍ଜା ଜନକ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।

Khansweb Solution Bhubaneswar

Leave A Reply

Your email address will not be published.