banner
Breaking

ଆଶ୍ରିତାଙ୍କୁ ବିବାହ କରିବେ ମନୀଷ ପାଣ୍ଡେ।

0

ବେଙ୍ଗାଲୁରୁ,୧୦ା୧୦: ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ନିଜ ଜୀବନ ସାଥୀ ପାଇଯାଇଛନ୍ତି। ସେ ହେଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ଶେଟ୍ଟି।  ଆସନ୍ତା ଡିସେମ୍ବର ୨ରେ ଏଦୁହିଁଙ୍କର  ବିବାହ ମୁମ୍ବାଇଠାରେ ହେବ। କର୍ନାଟକ ଦଳର ଅଧିନାୟକ ପାଣ୍ଡେ ଏବେ ବିଜୟ ହଜାରେ ଟ୍ରଫିରେ ଖେଳୁଛନ୍ତି। ତେବେ ଏଦୁହେଁ ଦୀର୍ଘ ଦିନ ହେଲା ରିଲେଶନଶିପ୍‌ରେ ଥିଲେ ବି କଦାପି ଏହାକୁ ସ୍ବୀକାର କରି ନ ଥିଲେ।୨୬ ବର୍ଷୀୟା ଆଶ୍ରିତା ଦକ୍ଷିଣ ଭାରତରେ ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଇନ୍ଦ୍ରଜିତ୍, ଉଧ୍ୟାୟମ ଏନ୍ଏଚ୍୪ ଭଳି ସଫଳ ଫିଲ୍ମରେ କାମ କରିସାରିଛନ୍ତି। ମିଳିଥିବା ସୂଚନା ମୁତାବକ ଏହି ବିବାହ କାର୍ଯ୍ୟକ୍ରମରେ ବନ୍ଧୁ ଓ ସମ୍ପର୍କୀୟ ଯୋଗଦେବେ। ଏଥିରେ କିଛି ଖେଳାଳି ମଧ୍ୟ ସାମିଲ ହୋଇପାରନ୍ତି। ଉଲ୍ଲେଖଥାଉ କି, ଏହି କର୍ନାଟକ ବ୍ୟାଟ୍ସମ୍ୟାନ ପ୍ରଥମ ଭାରତୀୟ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶତକ ହାସଲ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.