banner
Breaking

କବି ଚିତ୍ତରଞ୍ଜନ ନାୟକଙ୍କ ମଦ ଉପରେ ବ୍ୟଙ୍ଗ କବିତା ପଢନ୍ତୁ ମାଇଣ୍ଡ ଫ୍ରି ହୋଇଯିବ

0

***** କଁ *****

ମଦ ପିଇବାରୁ ଭାଇ ଆମର
ହେଇଶିନ୍ତି ମୁଖ୍ୟ ମନ୍ତ୍ରୀ…
ମଦ ଭଲକିନି ପିଅରେ ଓଡ଼ିଆ
ଇଂରାଜୀ କରିବ ବାନ୍ତି…

ପାଟିରୁ ଖାଲି ବେଦ ବାହାରିବ
ମୁତରୁ ଝରିବ ମୋତି…
ଅନେଇଲା ଯିଏ ମାଆ ଭଉଣୀରେ
ଭଲକିନି ଦବା ପୋତି…

ଭାଇର ଯୋଉ କୋଷ ଥେଲା
ତାକୁ ଅପିସର ଗଲେ ଖାଇ…
ମାଆଲ ଖାଇବା ଆସରେ ଭାଇର
କୋଷ ବଢ଼େଇବା ପାଇଁ…

ପୁଲୁସି ବାଲାଏ ଯାହା ଭିଆଇଲେ
ଦେଖୁନି ଭାଇର ହାତ…
ଯିଏ ଯୋଉ ବାଟେ ଖଣି ଝୁଣୁଶୁନ୍ତି
ଭାଇ ପାଉନେଇଁ କାତ…

ଆଜି ମାଲ ଖାଇ ମରଦ ପଣିଆ
ଉକୁଟୁଚି ଧୀରେ ଧୀରେ…
ମୋତେ ଦୋଷ କେହି ଦବନି ବେ
ସବୁ ଝିଅ ବୋହୁ ରଖ ଘରେ…

ମୋ ବୋପାଧନ ମୁଁ ପିଇବି
କାହାର କି ଗଲା ଶଳା…
ଡାଇଲକ ମୋର ଗନ୍ଧଉଚି ଜଦି
ଥିରି ଘରକୁ ପଳା…

ମାଇକିନିଆ କୁ ଭାଇ ମୋଅର
ଦଉଛି ଗ୍ରୁପୁ ଟଙ୍କା…
ସଞ୍ଜକୁ ହାତକୁ ବଢ଼େଇ ଦିଏ ତା
ବଜ୍ର ଥାଉ ହାତ ଶଙ୍ଖା…

ଭାଇ ଆମର କଁ ନ ଦେଇଚି
ମନେ ମନେ ବସି ଭାବେ…
ଖାଇବାକୁ ଦେଲା ପିଇ ବାକୁ ଦେଲା
ଶୋଇବାକୁ ଦବ କେବେ…

ବୋତଲକୁ ଟଙ୍କେ କରି ଦନ୍ତୁ ଯଦି
ମନ ହୋଇଯାନ୍ତା ହରଷ…
ଭାଇ ମଁ କେବେ ଆସୁନା ଇଆଡ଼େ
ମିଶିକି କରନ୍ତେ ଚେରସ…

ଭାଇ ମଁ ଘରକୁ ଫେରି ପାରୁନେଇ
ଗୋଡ଼ ପଡୁନେଇଁ ତାଳେ…
ଦୋକାନଟେ ଭାଇ କରି ଦନ୍ତୁନୁ
ମୋ ଦାଣ୍ଡ ଦୁଆର ତଳେ…

ଭାଇ ଆମକୁ ବିଶ୍ୱାସ କରିଛି
ଆସରେ ମଦୁଆ ଆସ…
କୁଦି ଦଳିକିନି ରେଗେଡୁ ଥିବା
ବଡ ହେବାଯାଏଁ କୋଷ…

ଆସରେ ସବୁ କ୍ଷେତକୁ ଯିବା
ପିଇ ଦେଇ ପେଟେ ବିଅର…
ବିଲ ବାଡ଼ି ସବୁ ଚଷୀ ପକେଇବା
ପକେଇ ଲାଷ୍ଟ ଗିଅର…

ରାଜ୍ୟ ରାଜକୋଷ ଭରିବା ପେଇଁକି
ଚେଷ୍ଟା ଆମର ଜାରି…
ପିଉଛୁ ମାନେ ଭଲକି ପିଇବୁ
ଶଙ୍ଖେ ଗଙ୍ଗାଜଳ ପରି…

ଡାଉନୁ ହେଇଚି ଭାଇରେ ମୋ କଥା
ମୋଟୁରୁ ଧରିବୁ ନାହିଁ…
ଦୋକାନରୁ ତୋର ମାଆଲ ପକେଇ
ନିଶାରେ ଦେଇଚି କହି…

( ସତ କହି ଦେଲି କି ? )

Khansweb Solution Bhubaneswar

Leave A Reply

Your email address will not be published.