banner
Breaking

ଓଡିଶା ସୋସାଇଟି ଅଫ୍ ଆମେରିକାର ସୁବର୍ଣ୍ଣ ଜୟନ୍ତୀ

0

ଭୁବନେଶ୍ବର : (ଓଡ଼ିଆ ନ୍ୟୁଜ୍) ଓଡିଶା ସୋସାଇଟି ଅଫ୍ ଆମେରିକାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଟ୍ଲାଣ୍ଟା ସିଟି ର ନିଉଜର୍ସି ସ୍ଥିତ ହେରା ରିସୋର୍ଟ୍ସ ରେ ଅନୁଷ୍ଠିତ ହୋଇଯାଇଛି ।
୩ଦିନ ବ୍ୟାପୀ ଉକ୍ତ ବର୍ଣ୍ଣାଢ୍ୟ ଉତ୍ସବର ପ୍ରାରମ୍ଭିକ ଅପରାହ୍ନରେ“ଓଡିଶା ଡେଭଲପ୍ମେଣ୍ଟ ଡେ” ଆଲୋଚନାରେ ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଓ ମୁଖପାତ୍ର ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲେ ।
ଶ୍ରୀ ମିଶ୍ର ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଇନ୍ଭେଷ୍ଟ ଓଡିଶା ଦା୍ୱରା ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ , ୨୦୧୬ ମେକ୍ ଇନ୍ ଓଡିଶାର ସଫଳତା ତଥା କର୍ମସଂସ୍ଥାନ ସୃଷ୍ଟି , ଷ୍ଟାଟ୍ ଅଫ୍ ଓଡିଶା ଦ୍ୱାରା ଯୁବ ଶିଳ୍ପଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ , ଶିକ୍ଷାକ୍ଷେତ୍ରରେ ମୋ ସ୍କୁଲ କାର୍ଯ୍ୟକ୍ରମ , ଏବଂ ପିଲାମାନଙ୍କୁ ସ୍କୁଲ ଯିବାପାଇଁ ପ୍ରୋତ୍ସାହନ ରାଶି ଏବଂ ଉଚ୍ଚଶିକ୍ଷାର ବିକାଶ ପାଇଁ ବିଭିନ୍ନ ଜାତୀୟ ଓ ଆନ୍ତର୍ଯାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ , ଜାତୀୟ ଓ ଆନ୍ତର୍ଯାତୀୟ କ୍ରୀଡାର ସଫଳ ଆୟୋଜନ ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ସହିତ ପ୍ରାକୃତିକ ବିପର୍ଯ୍ୟୟ ‘ଫନୀ’ ର ସଫଳ ମୁକାବିଲା ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସୋସାଇଟି ଅଫ୍ ଆମେରିକାର ସଭାପତି ଲଲାଟେନ୍ଦୁ ମହାନ୍ତି , ସେମିନାର କମିଟିର ଅଧ୍ୟକ୍ଷ ଦୂର୍ଗା ମିଶ୍ର , ଡଃ ଅଜୟ କୁମାର ମହାନ୍ତି, ପ୍ରଫେସର ଲାଲୁ ମାନସିଂହ , ସୁକାନ୍ତ ମହାପାତ୍ର , କୁକୁ ଦାଶ , ପ୍ରଫେସର ଚିତ ବରାଳ , ପ୍ରଫେସର ତ୍ରୈ÷ଲୋକୀ ପାଣ୍ଡେ , ଡଃ ସୂର୍ଯ୍ୟ ମହାପାତ୍ର , ପ୍ରଫେସର ଦାମୋଦର ଆଚାର୍ଯ୍ୟ . ଧିରେନ୍ଦ୍ର କର , ବିମଳ ମିଶ୍ର , ଡଃ ବି.କେ.ଦାଶ , ଲରି ଏଡ୍ମଣ୍ଡ , ଚିଦାନନ୍ଦ ଖଟୁଆ , ନିଶିକାନ୍ତ ସାହୁ , ସରୋଜ ପଣ୍ଡା , ଶ୍ରୀ ସୁଶାନ୍ତ ରାଉତରାୟ , ଆଶୁତୋଷ ଦତପ୍ରମୁଖ ଅଂଶଗ୍ରହଣ କରି ସେମାନଙ୍କ ବକ୍ତବ୍ୟ ସହିତ ଓଡିଶାରେ ଏକ ଏନ୍.ଆର୍.ଓ. ସେଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.