banner
Breaking

ଅପ୍ରେଲ ୨୦ ଠାରୁ କଣ ଖୋଲିବ କଣ ବନ୍ଦ ରହିବ ଜାଣନ୍ତୁ।

0

ନୂଆଦିଲ୍ଲୀ,(ଓଡ଼ିଆ ନ୍ୟୁଜ):କରୋନା ବା କୋଭିଡ୧୯ କାୟା ବିସ୍ତାର କରିବାରେ ଲାଗିଛି।ଏହାର ମୁକାବିଲା କରିବା ପାଇଁ ଲକଡାଉନ୍ ଓ ସାମାଜିକ ଦୂରତା ମୁଖ୍ୟ ଅସ୍ତ୍ର ସାଜିଛି। ତେଣୁ ମେ ୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି।ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା ପରେ ଜାରି ହୋଇଛି ଗାଇଡ ଲାଇନ୍। କରୋନା ମୁକାବିଲାକୁ ନେଇ କଟକଣା କଡାକଡି କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି ଲକ୍‌ଡାଉନ ଅବଧି ବଢାଇବା ସମୟରେ ଏ ନେଇ ସୂଚନା ଦେଇଥିଲେ। ଆଜି ଜାରି ହୋଇଥିବା ଗାଇଡ ଲାଇନରେ ମୋଦି ଦେଇଥିବା ସୂଚନା ସ୍ପଷ୍ଟ ହୋଇଛି।

ଏହି ଗାଇଡ ଲାଇନ୍‌ରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି। ତେବ  ସମସ୍ତ ଖାଇବା-ପିଇବା ଦୋକାନ ଖୋଲା ରହିବ ବୋଲି ଗାଇଡ ଲାଇନରେ କୁହାଯାଇଛି । ଏହାସହିତ ଗ୍ରାମାଞ୍ଚଳରେ ଥିବା ସମସ୍ତ ଶିଳ୍ପ କଳ-କାରାଖାନା ଖୋଲା ରହିବ। ଏହାବାଦ ମନରେଗା କାର୍ଯ୍ୟ ପାଇଁ ସରକାର ଅନୁମତି ଦେଇଛନ୍ତି। ଏହି ସମୟରେ ଜଳ ସଂରକ୍ଷଣ ଏବଂ ସିଞ୍ଚନ କାର୍ଯ୍ୟ ଆଦି କରିହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏପରିକି ଚାଷ କାମରେ ଜଡିତ ସମସ୍ତ କାମ ଜାରି ରହିବ।

ସେହପରି ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିବ।  ଟ୍ରେନ ଯୋଗେ ଯାତ୍ରୀ ପରିବହନ ମଧ୍ୟ ବନ୍ଦ ରହିବ। ବସରେ ଯାତ୍ରୀ ପରିବହନ ମନା ହୋଇଥିବା ବେଳେ ମେଟ୍ରୋ ରେଳ ସେବା ମଧ୍ୟ ବନ୍ଦ ରହିଛି।  ଆନ୍ତଃ ଜିଲ୍ଲା ଓ ରାଜ୍ୟ ମଧ୍ୟରେ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି । ସେହିଭଳି ସବୁ ସିନେମା ହଲ୍, ମଲ୍, ଜିମ୍ନାସିୟମ୍, ସ୍ପୋର୍ଟସ କଂପ୍ଲେକ୍ସ, ସୁଇମିଂ ପୁଲ ମଧ୍ୟ ବନ୍ଦ ରହିବ । ସ୍କୁଲ, କୋଚିଂ ସେଣ୍ଟର ବନ୍ଦ ରହିବା ସହ ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ବନ୍ଦ ରହିବ। ବିବାହ ସମାରୋହ ବନ୍ଦ ରହିବ ବୋଲି ଏହି ଗାଇଡ ଲାଇନ୍‌ରେ କୁହାଯାଇଛି।

ସେହିପରି ଶବ ସଂସ୍କାର ବେଳେ ୨୦ରୁ ଅଧିକ ବ୍ୟକ୍ତିଙ୍କ ସମାବେଶ ଉପରେ କଟକଣା ଲାଗିଛି। କରୋନା ହଟ୍ ସ୍ପଟ୍ ଅଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ଗାଇଡଲାଇନରେ ନିର୍ଦ୍ଦେଶ ଜାରି ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଇଡଲାଇନ୍ ମାନିବା ପରାମର୍ଶ ଦେବା ସହ କଣ୍ଟେନମେଣ୍ଟ ଜୋନ୍‌ରେ ନିୟମ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି । କଣ୍ଟେନମେଣ୍ଟ ଜୋନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି।

ତେବେ ଏପ୍ରିଲ ୨୦ ପରେ ହାଇେଓ୍ୱ କଡ଼ରେ ଢାବ, ଗାଡ଼ି ମରାତି ଦୋକାନ ଓ କଲ ସେଣ୍ଟର ଖୋଲା ରହିବ। ସେହିପରି ସେବା କ୍ଷେତ୍ରରେ ଇଲେକ୍ଟ୍ରିକାଲ ମେକାନିକ, IT ମେକାନିକ, ପ୍ଲମ୍ବର, ମୋଟର ମେକାନିକ୍, ବଢେଇଙ୍କୁ ସେବା ଯୋଗାଇବାକୁ ଅନୁମତି ମିଳିବ । କରୋନା ପ୍ରଭାବିତ ଅଞ୍ଚଳ କିମ୍ବା କରୋନା ହଟସ୍ପଟରେ ଏହି ଅନୁମତି ମିଳିବ ନାହିଁ ।  ଗ୍ରାମାଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନକୁ ଏପ୍ରିଲ ୩୦ ପରେ ଅନୁମତି ମିଳିବ । ତେବେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ଶିଳ୍ପ ଚଳାଇବାକୁ ଗାଇଡଲାଇନ୍ ଜାରି ହୋଇଛି।

ଏହି ସବୁ ସେବା ଉପରେ କଟକଣା ରହିବ

ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ।ଟ୍ରେନ ଚଳାଚଳ ବନ୍ଦ।ବସ ସେବା ବନ୍ଦ।ମେଟ୍ରୋ ସେବା ବନ୍ଦ।ମେଡିକାଲ ସେବାରେ ନିୟୋଜିତ ଥିବା ବସ ସେବାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ପରିବହନ ସେବା ବନ୍ଦ ରହିବ।ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷିଣ ଶିବିର, କୋଚିଂ ସେଣ୍ଟର ବନ୍ଦ ରହିବ।ହସ୍ପିଟାଲ ସର୍ଭିସେସ ବନ୍ଦ।ଟ୍ୟାକ୍ସି ସେବା ବନ୍ଦ, କେବଳ ଚୁକ୍ତି ଭିତ୍ତିକ ଟ୍ୟାକ୍ସି ସେବାକୁ ଅନୁମତି।ସିନେମା ହଲ୍, ସପିଂ ମଲ୍, ଜିମ୍ ସେଣ୍ଟର, ସ୍ପୋର୍ଟ୍ସ କମ୍ପଲେକ୍ସ, ସୁଇମିଂ ପୋଲ୍ସ, ଏଣ୍ଟେରଟେନମେଣ୍ଟ ପାର୍କ, ବାର, ଅଡିଟରିୟମ, ସମ୍ମିଳନୀ ବନ୍ଦ।ସମସ୍ତ ସାମାଜିକ, ରାଜନୀତିକ, ଧାର୍ମିକ ସମ୍ମିଳନୀ, ସାଧାରଣ ସଭା ବନ୍ଦ।ଶବସତ୍କାର ବେଳେ ସର୍ବାଧିକ ୨୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତିକ’

କଣ ଖୋଲା ରହିବ:- ସମସ୍ତ ହସ୍ପିଟାଲ, ନର୍ସିଂ ହୋମ୍, କ୍ଲିନିକ୍, ଟେଲିମେଡିସିନ୍ ସୁବିଧା ଖୋଲା ରହିବ।ଜନ ଔଷଧି କେନ୍ଦ୍ର, ଔଷଧ ଦୋକାନ, ସ୍ୱାସ୍ଥ୍ୟ ଉପକରଣ ଦୋକାନ, ଫାର୍ମାସିଷ୍ଟ ଦୋକାନ, ଡିସପେନସାରୀ ଦୋକାନ, ପାଥୋଲାଜି ସେଣ୍ଟର ଖୋଲା ରହିବ।ଭେଟେନାରୀ ହସ୍ପିଟାଲ, ଭେଟେନାରୀ ଔଷଧ ଦୋକାନ ଖୋଲା ରହିବ।ଔଷଧ ତିଆରି କାରଖାନା, ସ୍ୱାସ୍ଥ୍ୟ ଉପକରଣ ତିଆରି କାରଖାନା ଆଦି ଖୋଲା ରହିବ।ହସ୍ପିଟାଲ ନିର୍ମାଣ, ଆମ୍ୱୁଲାନ୍ସ ମରାମତି ଓ ତିଆରି ସେଣ୍ଟର ଖୋଲା ରହିବ।ଆନ୍ତଃ ରାଜ୍ୟ, ଜିଲ୍ଲା ଭିତରେ ସ୍ୱାସ୍ଥ୍ୟ କର୍ମୀ, ନର୍ସ, ପାରାମେଡିକାଲ ଷ୍ଟାଫ୍, ଲାବ ଟେକ୍ନିସିଆନ୍, ବୈଜ୍ଞାନିକ, ଆମ୍ୱୁଲାନ୍ସ ଆଦି ଯିବା ଆସିବା କରିପାରିବେ।ଚାଷୀ ମାନେ ଜମିକୁ ଯାଇ କୃଷି କାର୍ଯ୍ୟ କରିପାରିବେ।କୃଷି ସହିତ ଜଡ଼ିତ ସମସ୍ତ ଦୋକାନ, ବ୍ୟବସାୟ କେନ୍ଦ୍ର ଖୋଲା ରହିବ।ପେଟ୍ରୋଲ୍‌ ପମ୍ପ, ଏଲ୍‌ପିଜି ସେବା ଜାରି ରହିବ, ଖୁଚୁରା ଗ୍ୟାସ୍ ଦୋକାନ ଖୋଲା ରହିବ, ଘରୋଇ ସିକ୍ୟୁରିଟି ସଂସ୍ଥା ଉପରେ କୌଣସି ପ୍ରତିବନ୍ଧକ ନାହିଁ।ସରକାରଙ୍କ ଦ୍ୱାରା ପରିଚାଳିତ ମଣ୍ଡି ଖୋଲା ରହିବ।ଗ୍ରାମାଞ୍ଚଳରେ ଥିବା ସମସ୍ତ ଶିଳ୍ପ କଳ-କାରାଖାନା ଖୋଲା ରହିବ।ସବୁ ଗ୍ରୋସରୀ ଦୋକାନ ସହିତ ପନିପରିବା, ଫଳ, ମାଛମାଂସ, ଡାଏରୀ ମିଲ୍କ,ସାର, କୀଟନାଶକ ଓ ଗୋଖାଦ୍ୟ ଦୋକାନ, ବ୍ୟାଙ୍କ, ଇନ୍‌ସ୍ୟୁରାନ୍ସ ଅଫିସ୍‌, ଏଟିଏମ୍‌, ପ୍ରିଣ୍ଟ୍ ଓ ବୈଦ୍ୟୁତିକ ଗଣମାଧ୍ୟମ ଆଦି ଖୋଲା ରହିବ।

Khansweb Solution Bhubaneswar

Leave A Reply

Your email address will not be published.