banner
Breaking

ସରପଞ୍ଚଙ୍କ ଆହ୍ବାନ ଜିତିବ ଓଡିଶା ହାରିବ କରୋନା।କକଲାରାହାଙ୍ଗ ଗାଁରେ କରୋନା ସଚେତନତା ଏବଂ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା।

0

ଭୁବନେଶ୍ୱର,୧୫/୪(ଓଡ଼ିଆ ନ୍ୟୁଜ):ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଭୁବନେଶ୍ୱର ପଟିଆ ନିକଟସ୍ଥ କଳାରାହାଙ୍ଗ ଗ୍ରାମରେ କରୋନା ସଚେତନତା ସହ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।ସରପଞ୍ଚ ପଙ୍କଜିନୀ ଦଳପତି ଙ୍କ ସହଯୋଗରେ ସ୍ବାସ୍ଥ୍ୟ ପରୀକ୍ଷକ ଦଳ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ,ବାରମ୍ବାର ହାତଧୋଇବା ତଥା ସରକାର ପ୍ରଣୟନ କରିଥିବା ନିତି ନିୟମ ଗୁଡିକୁ ପାଳନ କରିବାକୁ ପରାର୍ମଶ ଦେଇଥିଲେ।ସ୍ବାସ୍ଥ୍ୟ କର୍ମୀ ନୀଳମାଧବ ରାଉତ ଓ ରଶ୍ମିତା ଜେନା ପ୍ରତିଟି ପରିବାର ସଚେତନ ରହି କରୋନା ଯୁଦ୍ଧରେ ଓଡିଶାକୁ ବିଜୟୀ କରିବାକୁ ଅନୁରୋଧ କରିଥିଲେ।
ଅଙ୍ଗନବାଡ଼ି କର୍ମୀ ସ୍ମରଣିକା ମିଶ୍ର ଓ ଆଶା ରଂଜନା ଭୋଇ ସ୍ବାସ୍ଥ୍ୟ ପରୀକ୍ଷଣ ଦଳକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ।ବୟସ୍କ ତଥା ଗର୍ଭବତୀ ନାରୀଙ୍କ ବିଶେଷ ଯତ୍ନ ନେବାକୁ ଡାକ୍ତର ସ୍ମିଗ୍ଧା ତ୍ରିପାଠୀ ପରାର୍ମଶ ଦେବା ସହ ଭୟଭୀତ ନହୋଇ ସାହାସର ସହ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ।
ସରପଞ୍ଚ ପଂଙ୍କଜିନୀ ଦଳପତି ପ୍ରଚଣ୍ତ ଖରାକୁ ଖାତିର ନକରି ଜନସାଧାରଣଙ୍କ ସ୍ବାର୍ଥ ଲାଗି କର୍ତ୍ତବ୍ୟ ସଂପାଦନ କରୁଥିବା ପରୀକ୍ଷଣ ଦଳକୁ ଧନ୍ୟବାଦ ଅର୍ପଣ କରିବା ସହ ଜିତିବ ଓଡିଶା ହାରିବ କରୋନା ଧ୍ୱନି ଦେଇ ପରୀକ୍ଷଣ ଦଳର ମନୋବଳ ବଢାଇ ଥିଲେ।
ସ୍ବାସ୍ଥ୍ୟ ପରୀକ୍ଷଣ ଦଳ ତରଫରୁ ଡ଼ଃ ସତ୍ୟ ନାରାୟଣ ଦାଶ ଜନସାଧାରଣ ଙ୍କ ସହଯୋଗ ଲାଗି ଧନ୍ୟବାଦ ପ୍ରଦାନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.