banner
Breaking

ଅଖିଳ ବିଶ୍ବ ଗାୟତ୍ରୀ ପରିବାର ପକ୍ଷରୁ ସ୍ବଚ୍ଛତା ଅଭିଯାନ

0

ଭୁବନେଶ୍ୱର, ୫/୭(ଓଡ଼ିଆ ନ୍ୟୁଜ୍ ) ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାର ଦକ୍ଷିଣପୂର୍ବ ଜୋନ୍ ଓଡିଶାଙ୍କ ଆନୁକୂଲ୍ୟରେ ନବଦିନ ବ୍ୟାପି ସ୍ୱଚ୍ଛତା ଅଭିଯାନ ପୁରୀ ବଡଦାଣ୍ଡରେ ରଥଯାତ୍ରା ଅବସରରେ ଆରମ୍ଭ ହୋଇଯାଇଛି । ଏହି ସ୍ୱଚ୍ଛତା ଅଭିଯାନରେ ଯୋଗଦେଇ ରାଜ୍ୟ ସଂଯୋଜକ ବାଳକୃଷ୍ଣ ପଣ୍ଡା ଉଦ୍ଘାଟନ କରିବା ସହ କହିଥିଲେ ଓଡିଶା ଗାୟତ୍ରୀ ପରିବାର ସବୁବେଳେ ସ୍ୱଚ୍ଛତା, ବୃକ୍ଷରୋପଣ ଓ ନିଶାନିବାରଣକୁ ଗୁରୁତ୍ୱ ଦେଇ ଆସିଛି । ଏହି ଅଭିଯାନ ପୁରୀ ଠାରେ ନଅଦିନ ଧରି ଚାଲିବ । ଏଥିରେ ଓଡିଶାର ତିରିଶଟି ଜିଲ୍ଲାରୁ ୨୦୦ ସ୍ୱୟଂସହାୟକ ଯୋଗ ଦେଇଛନ୍ତି । ଗତକାଲି ବଡଦାଣ୍ଡ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଆଜି ବରିଷ୍ଠ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମାଉସୀ ମା ମନ୍ଦିର ପାଖାପାଖି ସଫେଇ କରାଯାଇଥିଲା । ଏଥିରେ ୫୦ ଜଣ ମହିଳା ସାମିଲ୍ ହୋଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.