banner
Breaking

ଖୁସିରେ ଖୁସିରେ ରଥଯାତ୍ରା। ଦୁଖ, ରାଗ,ରୋଷ ହରଣ କରି ଦର୍ଶନ ଦେଲେ ମହାପ୍ରଭୁ

0

ପୁରୀ :୪/୭ (ଓଡିଆ ନ୍ୟୁଜ୍) କୋଟି ବ୍ରହ୍ମାଣ୍ଡ ଠାକୁର ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜି ବିଶ୍ବ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା । ଜାତି, ଧର୍ମ, ବର୍ଣ୍ଣ, ଛୁଆଁ, ଅଛୁଆଁ ଭେଦଭାବ ଭୁଲି ପ୍ରଭୁ ଦର୍ଶନ ଦେବେ ଭକ୍ତଙ୍କୁ । ଭକ୍ତମାନେ ମଧ୍ଯ ଅପେକ୍ଷା କରିଥାନ୍ତି ଏହି ପବିତ୍ର ଦିନକୁ କରୁଣା ଆଶିଷ ପାଇବା ପାଇଁ ଶେଷରେ ଭକ୍ତ ବତ୍ସଳ ଦୀନବନ୍ଧୁ ରଥ ଉପରେ ଦର୍ଶନ ଦେଇଥାନ୍ତି । ଫନିରେ କ୍ଷତ ବିକ୍ଷତ ହୋଇଥିବା ପୁରୀ ଆଜି ଉତ୍ସବ ମୁଖର ହୋଇପଡିଛି। ଲକ୍ଷ ଲକ୍ଷ ଭକ୍ତ ରୁଣ୍ଡହୋଇ ପ୍ରଭୁଙ୍କୁ ମହା ଆନନ୍ଦରେ ଦର୍ଶନ କରି ରଥ ଟାଣିଛନ୍ତି । ବିଚିତ୍ର ଲୀଳା କାଳିଆର ସକାଳୁ ସନ୍ଧ୍ୟା ଯାଏ ପାଗ ଅନୁକୂଳ ରହିଥିଲା। ରୀତିନୀତି ବି ଠିକ ସମୟରେ ସମାପନ ହୋଇଥିଲା। ମନ୍ଦିର ପ୍ରଶାସନ,ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ପୂଜକ, ସେବାୟତ ସମସ୍ତେ ଶାନ୍ତ ସରଳ ହୋଇଯାଇଥିଲେ। ଶାନ୍ତି ଶୃଙ୍ଖଳାର ସହ ରଥଟଣା ହୋଇ ମାଉସୀ ମା ମନ୍ଦିର ପାଖରେ ପହଞ୍ଚି ଥିଲା। ଜେମିତି ଜଣା ପଡୁଥିଲା ଫନିର ଦୁଖ କଷ୍ଟ ଲାଘବ କରିବା ପାଇଁ ପ୍ରଭୁ ସମସ୍ତଙ୍କ ମନରେ ଖୁସି ଭରି ଦେଇଛନ୍ତି । ଖୁସିରେ ଖୁସିରେ ରଥଯାତ୍ରା ଅନୁଷ୍ଠିତ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.